ଟାଟା ଓ ଅମ୍ବାନୀଙ୍କୁ ଅକ୍ସିଜେନ ଯୋଗାଇ ଦେବାକୁ ନିବେଦନ କଲେ କେଜ୍ରିୱାଲ

ନୂଆଦିଲ୍ଲୀ, ଏଜେନ୍ସି: ଦିଲ୍ଲୀରେ କରୋନା ଭୟାବହ ରୂପ ନେଇଛି। ଦିନକୁ ଦିନ ସ୍ଥିତି ଜଟିଳ ହେବାରେ ଲାଗିଛି। ରାଜଧାନୀର ପ୍ରାୟତଃ ସମସ୍ତ ହସ୍ପିଟାଲରେ ଅକ୍ସିଜେନର ଘୋର ଅଭାବ ଦେଖିବାକୁ ମିଳିଛି। ଏହାର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଦେଶର ବଡ ବଡ ଉଦ୍ୟୋଗପତି ଅମ୍ବାନୀ, ଟାଟା, ବିରଲା ଓ ବଜାଜକୁ ଚିଠି ଲେଖି ଅକ୍ସିଜେନ ଯୋଗାଇ ଦେବାକୁ ସହାୟତା ମାଗିଛନ୍ତି। କେଜ୍ରିୱାଲ ଚିଠିରେ ଲେଖିଛନ୍ତି ଯେ, ଯଦି ଆପଣଙ୍କ ପାଖରେ ଅକ୍ସିଜେନ୍ କିମ୍ବା ଟ୍ୟାଙ୍କର ରହିଛି ତେବେ ଦୟାକରି ଦିଲ୍ଲୀ ସରକାରଙ୍କୁ ସାହାଯ୍ୟ କରନ୍ତୁ। ଆପଣ ଯେଉଁଭଳି ଚାହିଁବେ ସେହି ପରି ସାହାଯ୍ୟ କରନ୍ତୁ।