ବର୍ଷାରେ ଚେନ୍ନାଇ ବେହାଲ, ୧୪ ମୃତ

ଚେନ୍ନାଇ: ଲଗାଣ ବର୍ଷା ଯୋଗୁ ଚେନ୍ନାଇର ସ୍ଥିତି ବିଗିଡ଼ିବାରେ ଲାଗିଛି। ଚେନ୍ନାଇ ସମେତ ପୁରା ତାମିଲନାଡ଼ୁରେ ବର୍ଷା ଯୋଗୁ ବର୍ତ୍ତମାନ ସୁଦ୍ଧା ୧୪ଜଣଙ୍କର ମୃତ୍ୟୁ ଘଟିଛି। ସ୍ଥାନୀୟ ପ୍ରଶାସନ ଉଦ୍ଧାର କାର୍ୟ୍ୟ ଜାରି ରଖିଥିବାବେଳେ ୪ଦିନ ମଧ୍ୟରେ ୨୦ଲକ୍ଷ ଲୋକଙ୍କୁ ଖାଦ୍ୟପେୟ ସାମଗ୍ରୀ ଦିଆଯାଇଛି। ଏଥିସହିତ ବର୍ଷାକୁ ଦୃଷ୍ଟିରେ ରଖି ପୁଲିସ, ସଶସ୍ତ୍ର ରିଜର୍ଭ, ତାମିଲନାଡ଼ୁ ବିଶେଷ ପୁଲିସ ଓ ହୋମଗାର୍ଡ ମୋଟ ୭୫ ହଜାର ପୁଲିସକର୍ମୀଙ୍କୁ ପ୍ରସ୍ତୁତ ରଖିଛନ୍ତି। ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଏମକେ.ଷ୍ଟାଲିନ ଅନେକ ପ୍ରଭାବିତ ଅଞ୍ଚଳକୁ ମଧ୍ୟ ଗସ୍ତ କରିଛନ୍ତି।

ତାମିଲନାଡ଼ୁର ପାଣିପାଗ ବିଭାଗ ପକ୍ଷରୁ ରାଜ୍ୟର ଅନେକ କ୍ଷେତ୍ରରେ ରେଡ ଆଲର୍ଟ ଜାରି କରାଯାଇଛି। ରାଜ୍ୟର ୯୦ଟି ପୋଖରୀ ଓ ହ୍ରଦ ଲଗାଣ ବର୍ଷା ଯୋଗୁ ଜଳମଗ୍ନ ହୋଇଯାଇଛି। ବର୍ଷା ସାଙ୍ଗକୁ ପବନ ଯୋଗୁ ଅନେକ ସ୍ଥାନରେ ଗଛ ଗଡ଼ି ପଡ଼ିଥିବା ସୂଚନା ମିଳିଛି।