ପାଟଣାଗଡ଼,ଏନ୍ଏନ୍ଏସ୍: ବଲାଙ୍ଗିର ଅବକାରୀ ବିଭାଗର ମୋବାଇଲ ଟିମ ପାଟଣାଗଡ଼ସ୍ଥିତ କଳାକାନୁ ମନ୍ଦିର ନିକଟରେ ଏକ ଭଡ଼ା ଘରେ ଚଢ଼ଉ କରି ବିପୁଳ ପରିମାଣର ନକଲି ବିଦେଶୀ ମଦ ସହ ବିଭିନ୍ନ ସାମଗ୍ରୀ ଓ ଟିଫି ଜବତ କରିଥିବା ଜଣାପଡ଼ିଛି । ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ତରୁଣ କୁମାର ଶା ଓ ସତୀଶ କୁମାର । ଜବତ ନକଲି ମଦର ଅନୁମାନିକ ମୂଲ୍ୟ ୩୦ ହଜାର ଟଙ୍କା ହେବ ବୋଲି ମୋବାଇଲ ଇନ୍ସପେକ୍ଟର ପ୍ରମୋଦ କୁମାର ପଣ୍ଡା ସୂଚନା ଦେଇଛନ୍ତି। ଏହି ଚଢ଼ଉ ସମୟରେ ଅବକାରୀ ରମାନଶୁ ଶେଖର ଷଡ଼ଙ୍ଗୀ ସହଯୋଗ କରିଥିଲେ । ଗିରଫ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି ।