ନୂଆଦିଲ୍ଲୀ: ଲୋକସଭାରେ ଆଜି କରୋନାକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ବିବୃତି ରଖିଛନ୍ତି । ମାଣ୍ଡଭୀୟ କହିଛନ୍ତି ଯେ, କରୋନା ମାମଲା କମିଛି । ସରକାର କରୋନା ବିରୋଧରେ ଲଢ଼ିବା ପାଇଁ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ରହିଛନ୍ତି। ସମଗ୍ର ଦେଶରେ ଏବେ ଦିନକରେ ମୋଟ ୧୫୩ ମାମଲା ସାମ୍ନାକୁ ଆସୁଛି । କିନ୍ତୁ ସମସ୍ତେ ମାସ୍କ ପରିଧାନ କରିବା ସହ ସାନିଟାଇଜର ବ୍ୟବହାର କରନ୍ତୁ ।
ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଆହୁରି କହିଛନ୍ତି ଯେ, ରାଜ୍ୟମାନେ ଜିନମ ସିକ୍ୟୁଏନ୍ସିଂ ଜରିଆରେ ନୂଆ ଭାରିଏଣ୍ଟ ଚିହ୍ନଟ କରନ୍ତୁ । ରାଜ୍ୟମାନଙ୍କୁ କେନ୍ଦ୍ର ମହାମାରୀ ବାବଦ ଆର୍ଥିକ ସହାୟତା ଦେଉଛି । ଏଯାବତ ରାଜ୍ୟମାନଙ୍କୁ ୨୨୦ କୋଟି ଡୋଜ୍ କୋଭିଡ ଟିକା ଦିଆଯାଇଛି । ବାହାର ଦେଶରୁ ଆସୁଥିବା ଯାତ୍ରୀଙ୍କ ନମୁନା ନେଇ ଟେଷ୍ଟ କରାଯାଉଛି ।