କଫ ସିରପକୁ ନେଇ ପ୍ରତିକ୍ରିୟା ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଭାରତୀୟ କଫ ସିରପ ପିଇ ଶିଶୁଙ୍କ ମୃତ୍ୟୁ ହୋଇଥିବା ନେଇ ଉଜବେକିସ୍ତାନ ଦାବି କରୁଛି । ଉକ୍ତ ଘଟଣା ଉପରେ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନଜର ରଖିଛି । ଏଥିସହିତ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଟ୍ୱିଟ୍ ଜରିଆରେ ନିଜ ପ୍ରତିକ୍ରିୟା ଦେଇଛନ୍ତି ।

ମାଣ୍ଡଭୀୟ କହିଛନ୍ତି ଯେ, କାଶ ଔଷଧ ଡୋକ୍‌-୧ ମ୍ୟାକ୍ସରେ ଅଶୁଦ୍ଧି ରିପୋର୍ଟକୁ ଦୃଷ୍ଟିରେ ରଖି ମେରିୟମ ବାୟୋଟେକ ସମସ୍ତ ଔଷଧର ଉତ୍ପାଦନ ଉପରେ ଡିସେମ୍ବର ୨୯ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବିଭାଗ ଟିମ୍ ରୋକ ଲଗାଇଛି । ଉକ୍ତ ମାମଲାର ଯାଞ୍ଚ ଜାରି ରହିଛି ।