ନୂଆ ଟିମ ପରେ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି

  • ନୂଆଦିଲ୍ଲୀ: ସ୍ୱାସ୍ଥ୍ୟ ଜରୁରୀକାଳୀନ ପ୍ୟାକେଜ୍ ଘୋଷଣା କଲେ କେନ୍ଦ୍ର ସରକାର। କରୋନାର ତୃତୀୟ ଲହରକୁ ଦୃଷ୍ଟିରେ ରଖି ଏହାର ମୁକାବିଲା ପାଇଁ ୨୩ ହଜାର ୧୨୩ କୋଟିର ସ୍ୱାସ୍ଥ୍ୟ ଜରୁରୀକାଳୀନ ପ୍ୟାକେଜ୍ ଘୋଷଣା କରାଯାଇଛି। ସ୍ୱାସ୍ଥ୍ୟମନ୍ତ୍ରୀ ମନଶୁଖ ମାଣ୍ଡଭୀୟ ଏହି ଆର୍ôଥକ ପ୍ୟାକେଜ୍ ଘୋଷଣା କରିଛନ୍ତି। ଏହି ବ୍ୟୟବରାଦକୁ କେନ୍ଦ୍ର ଓ ରାଜ୍ୟ ସରକାର ମିଶି ଖର୍ଚ୍ଚ କରିବେ ବୋଲି ମାଣ୍ଡଭୀୟ କହିଛନ୍ତି। ଏହି ଅର୍ଥରାଶିରୁ ପ୍ରତ୍ୟେକ ରାଜ୍ୟରେ ଥିବା ସିଏଚ୍ସି, ପିଏଚ୍ସିରେ ୨ ଲକ୍ଷ ୪୪ ହଜାର ବେଡ୍ ତିଆରି କରାଯିବ। ଏଥିସହ ୨୫୦୦ ବେଡ୍ ଥିବା ୫ ହଜାର ଓପନ ହସ୍ପିିଟାଲ ମଧ୍ୟ ନିର୍ମାଣ କରାଯିବ। ଆଗକୁ ଯେମିତି କରୋନାକୁ ମୁକାବିଲା କରାଯାଇପାରିବ ସେଥିପାଇଁ ୨୦ ହଜାର ନୂଆ ଆଇସିୟୁ ବେଡ୍ ମଧ୍ୟ କରାଯିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, କରୋନାର ଦ୍ୱିତୀୟ ଲହରରେ ଅକ୍ସିଜେନ୍ ସମସ୍ୟା ଦେଖାଯାଇଥିଲା। ତେଣୁ ଆଗକୁ ଯେମିତି ଏହି ସମସ୍ୟା ପୁଣିଥରେ ନଉପୁଜେ ସେଥିପାଇଁ ଦେଶର ପ୍ରତ୍ୟେକ ଜିଲ୍ଲାରେ ୧୦ ହଜାର ଲିଟର ଅକ୍ସିଜେନ୍ ଷ୍ଟୋରେଜ୍ ବ୍ୟବସ୍ଥା କରାଯିବ। ଔଷଧଗୁଡ଼ିକୁ ମଧ୍ୟ ମହଜୁଦ ରଖାଯିବ। ୭୩୬ ଜିଲ୍ଲାରେ ପିଡିୟାଟ୍ରିକ୍ ୟୁନିଟ୍ ନିର୍ମାଣ କରାଯିବାର ଯୋଜନା ରହିଛି। ଆବଶ୍ୟକ ପଡ଼ିଲେ ରାଜ୍ୟ ସରକାରମାନେ ମେଡିକାଲ ଛାତ୍ରଛାତ୍ରୀଙ୍କ ସହଯୋଗ ନେଇପାରିବେ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି।