ବଲାଙ୍ଗିର/ଦେଓଗାଁ,ଏନ୍ଏନ୍ଏସ୍: ଗୁରୁ ଶିଷ୍ୟର ପବିତ୍ର ସମ୍ପର୍କରେ ପୁଣି ଲାଗିଲା କଲା ଦାଗ। ଦେଓଗାଁ ବ୍ଲକର ମୁରସିଂ ସ୍କୁଲ ପ୍ରଧାନ ଶିକ୍ଷକଙ୍କ ଉପରେ ଯୌନ ନିର୍ଯାତନା ଭଳି ସାଙ୍ଘାତିକ ଅଭିଯୋଗ। ଉକ୍ତ ସ୍କୁଲର ପ୍ରଧାନ ଶିକ୍ଷକ କିଛି କୋମଳମତି ଛାତ୍ରୀଙ୍କୁ ବାରମ୍ବାର ଅପବ୍ୟବହାର କରିଥିବା ଅଭିଯୋଗ ଦେଓଗାଁ ଥାନା ପ୍ରଧାନ ଶିକ୍ଷକଙ୍କୁ ଅଟକ ରଖି ତଦନ୍ତ କରୁଥିବା ସୂଚନା ମିଳିଛି।
ସୂଚନାରୁ ପ୍ରକାଶ ଯେ, ଗତ ୨୨ ତାରିଖ ଦିନ ଦେଓଗାଁ ବ୍ଲକ୍ ମୁରସିଂ ସ୍କୁଲର ପ୍ରଧାନ ଶିକ୍ଷକ ଜଣେ ଛାତ୍ରୀଙ୍କୁ ତାଙ୍କ ପାଖକୁ ଡାକି ନିଜ ଆପତ୍ତିଜନକ ସ୍ଥାନକୁ ବାରମ୍ବାର ଛୁଆଁଇବା ସହ ଛାତ୍ରୀଙ୍କୁ ଅପବ୍ୟବହାର କରି ଆସୁଥିବା ଜଣେ ଚତୁର୍ଥ ଶ୍ରେଣୀର ଜଣେ ଛାତ୍ରୀ ନିଜ ଅବିଭାବକଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହା ଶୁଣିବା ପରେ ଗୁରୁବାର ଦିନ ଉକ୍ତ ଅଭିଭାବକ ସ୍କୁଲକୁ ଆସି ପ୍ରଧାନ ଶିକ୍ଷକଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଘଟଣା ଧୀରେ ଧୀରେ ପାଟି ତୁଣ୍ଡର ରୂପ ନେଇଥିଲା।
ଖବର ପାଇ ବିଭିନ୍ନ ଅବିଭାବକ ସ୍କୁଲକୁ ଆସି ଘଟଣା ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିବ ସହ ପ୍ରଧାନ ଶିକ୍ଷକଙ୍କୁ ଆଜୀବନ କାରାଦଣ୍ଡ ଦେବାକୁ ଦାବି କରିଥିଲେ। ଦିନ ପ୍ରାୟ ୨ଟା ସମୟରୁ ଉକ୍ତ ଶିକ୍ଷକଙ୍କୁ ସ୍କୁଲ କୋଠରୀରେ ଅଟକ ରଖି ଶିକ୍ଷା ବିଭାଗ ଅଧିକାରୀ ଓ ସ୍ଥାନୀୟ ପୁଲିସକୁ ଡାକି ଦୃଢ଼ କାର୍ଯ୍ୟାନୁଷ୍ଠାନ କରିବାକୁ ଦାବି କରିଥିଲେ। ପୁଲିସ ଖବର ପାଇବା ପରେ ଅପରାହ୍ନରେ ଶିକ୍ଷକକୁ ଦେଓଗାଁ ଥାନାକୁ ନେଇ ପଚରାଉଚାର କରାଯାଇଥିବା ଜଣାପଡ଼ିଛି।