ଏଚ୍‍ଡିଏଫସି ବ୍ୟାଙ୍କ ଲୁଟ୍

କୋରୁକୋଣ୍ଡା,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା ଓରକେଲ ଥାନା ଅନ୍ତର୍ଗତ ତାରଲାକଟାଗ୍ରାମରେ ଗତକାଲି ରାତିରେ ଏଚ୍‍ଡିଏଫସି ବ୍ୟାଙ୍କରୁ ଲୁଟ୍ ହୋଇଥିବା ଥାନାରେ ଅଭିଯୋଗ ହୋଇଛି।

ସୂଚନା ଅନୁସାରେ ସକାଳୁ  ବ୍ୟାଙ୍କ କର୍ମଚାରୀ ବ୍ୟାଙ୍କକୁ ଆସି ଦେଖିଲାବେଳକୁ ତାଲା ଭଙ୍ଗା ହୋଇଥିଲା। ପରେ କର୍ମଚାରୀ ଜଣକ ବ୍ୟାଙ୍କ ଭିତରକୁ ନଯାଇ ଓରକେଲ ପୁଲିସକୁ ଖବର ଦେଇଥିଲେ। ଓରକେଲ ଥାନାଧିକାରୀ ଜଗଦିଶ ବାରା, ଚିତ୍ରକୋଣ୍ଡା ଏସ୍‍ଡିଓ ମାନସ ରଞ୍ଜନ ବାରିକଙ୍କ ସମେତ ଚାରି ଜଣିଆସାଇଣ୍ଟିଫିକ୍‍ ଟିମ ଏବଂ ଏକ ସନ୍ଧାନୀ କୁକୁରକୁ ନେଇ ତଦନ୍ତ ଆରମ୍ଭ କରିଥିଲେ। ବ୍ୟାଙ୍କର ମୁଖ୍ୟ ଫାଟକରେ ଥିବା ସିସିଟିଭି କ୍ୟାମେରା କାନ୍ଥ ମୁଁହା ହୋଇଥିବା ବେଳେ ବ୍ୟାଙ୍କର ସମସ୍ତ କାଗଜପତ୍ର ଏଣେ ତେଣେ ପଡ଼ିଥିବା ଦେଖିଥିଲେ। ଅନ୍ୟପଟେ ବ୍ୟାଙ୍କର ସିକ୍ୟୁରିଟି ଗାର୍ଡ ଡ୍ୟୁଟି ସମୟ ସକାଳ ୧୦ରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଥିବା ବେଳେ ରାତ୍ରି ସମୟରେ ବ୍ୟାଙ୍କରେ କେହିରହୁନଥିବା ଜଣାପଡ଼ିଛି। ତେବେ ଟଙ୍କା ଲକରକୁ ଚୋର ଭାଙ୍ଗି ପାରି ନଥିବାବେଳେ କେବଳ ୨ଟି କମ୍ପ୍ୟୁଟର ଚୋରି ହେଇଥିବା ବ୍ୟାଙ୍କ ମ୍ୟାନେଜର ପ୍ରକାଶ କରିଛନ୍ତି।