ନୂହଁରେ ଆଉ ଚାଲିବନି ମୁଖ୍ୟମନ୍ତ୍ରୀ ଖଟ୍ଟରଙ୍କ ବୁଲଡଜର

ହରିୟାଣା: ହରିୟାଣାର ନୂହଁରେ ଜୁଲାଇ ୩୧ରୁ ଆରମ୍ଭ ହୋଇଥିବା ହିଂସା ପରଠୁ ଅବୈଧ ନିର୍ମାଣ ଉପରେ ଲଗାତାର ବୁଲଡଜର ଚଲାଯାଉଛି । କିନ୍ତୁ ଏବେ ପଞ୍ଜାବ ଓ ହରିୟାଣା ହାଇକୋର୍ଟଙ୍କ ଆଦେଶ ପରେ ଅବୈଧ କାର୍ଯ୍ୟାନୁଷ୍ଠାନ ଉପରେ ରୋକ ଲଗାଯାଇଛି ।

ନୂହଁରେ ଗତ ୪ ଦିନ ହେବ ଭଙ୍ଗାରୁଜା କାର୍ଯ୍ୟାନୁଷ୍ଠାନ ଚାଲିଥିଲା । ଏହି ସମୟରେ ୭୫୩ରୁ ଅଧିକ ଘର, ଦୋକାନ, ହୋଟେଲ ଓ ଶୋ’ରୁମ ଭଙ୍ଗା ଯାଇଥିଲା । ନୂହଁରେ ବର୍ତ୍ତମାନ ସୁଦ୍ଧା ସରକାର ୩୭ ସ୍ଥାନରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୫୭.୫ ଏକର ଜମି ଖାଲି କରିଛି । ଏଥିରେ ୧୬୨ ସ୍ଥାୟୀ ଓ ୫୯୧ ଅସ୍ଥାୟୀ ନିର୍ମାଣ ସାମିଲ ରହିଛି ।