ବରିଷ୍ଠ ବିଜେଡି ନେତା ସରୋଜ ପାତ୍ର ରାଜ୍ୟ କୃଷି ବିପନ୍ନ ପରିଷଦର ସଦସ୍ୟ ମନୋନୀତ

ନବରଙ୍ଗପୁର, ଏନ୍‌ଏନ୍‌ଏସ୍‌: ନବରଙ୍ଗପୁର ଜିଲ୍ଲାର ବରିଷ୍ଠ ବିଜେଡି ନେତା ସରୋଜ କୁମାର ପାତ୍ର ରାଜ୍ୟ କୃଷି ବିପନ୍ନ ପରିଷଦର ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି । ଶ୍ରୀ ପାତ୍ର ଜଣେ କୃଷକ ନେତା ଭାବେ ଜିଲ୍ଲାରେ ଖ୍ୟାତି ଅର୍ଜନ କରିଛନ୍ତି । ଜିଲ୍ଲାର ଚାଷୀଙ୍କ ହିତ ଦୃଷ୍ଟିରୁ ସେ ସର୍ବଦା କାର୍ଯ୍ୟ କରି ଆସୁଛନ୍ତି । ସେଥିପାଇଁ ଜିଲ୍ଲାର ଚାଷୀ ସମେତ ବିଭିନ୍ନ ମହଲରେ ଶ୍ରୀ ପାତ୍ରଙ୍କୁ ଶୁଭେଚ୍ଛାର ସୁଅ ଛୁଟିବା ସହ ସ୍ୱାଗତ କରାଯାଇଛି ।