ମେଳାରେ ଚୌକିଦାର ବେଶରେ ହରିୟାଣା ମୁଖ୍ୟମନ୍ତ୍ରୀ

ହରିୟାଣା: ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ବେଶ ବଦଳାଇ ମେଳାରେ ବୁଲୁଥିବା ନଜର ଆସିଛନ୍ତି । ଏହି ସମୟରେ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଛି । ମୁଖ୍ୟମନ୍ତ୍ରୀ ଚୌକିଦାର ବେଶ ନେଇ ପଞ୍ଚକୁଲାର ସେକ୍ଟର ୫ ଦଶହରା ଗ୍ରାଉଣ୍ଡରେ ପହଞ୍ଚିଥିଲେ । ସେଠାରେ ସେ ସୁରକ୍ଷା ଘେରା ଭାଙ୍ଗି ମେଳାରେ ବୁଲୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।

ସୂଚନାଯୋଗ୍ୟ, ଗତ କିଛିଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ବୁଲେଟ ଚଲାଉଥିବା ମଧ୍ୟ ଦେଖିବାକୁ ମିଳିଥିଲା । ମୁଖ୍ୟମନ୍ତ୍ରୀଙ୍କ ଏହି ଅନ୍ଦାଜ ହିଁ ଲୋକେ ଖୁବ୍ ପସନ୍ଦ କରନ୍ତି ।