ନୂଆଦିଲ୍ଲୀ: ଟୋକିଓ ପାରାଅଲମ୍ପିକରେ ଭାରତର ହରବିନ୍ଦର ସିଂହ ଇତିହାସ ରଚିଛନ୍ତି। ହରବିନ୍ଦର ପୁରୁଷ ଏକକ ବର୍ଗ ତୀରନ୍ଦାଜୀରେ ବ୍ରୋଞ୍ଜ ପଦକ ଜିତିଛନ୍ତି। ଫଳରେ ଭାରତର ପଦକ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି। ହରବିନ୍ଦର ପଦକ ଜିତିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ୍ କରି ତାଙ୍କୁ ଶୁଭାକମନା ଜଣାଇଛନ୍ତି।
ସୂଚନାଯୋଗ୍ୟ, ହରବିନ୍ଦର କୋରିଆର ତୀରନ୍ଦାଜଙ୍କୁ ସୁଟ ଅଫରେ ୫-୬ରେ ପଛରେ ପକାଇ ପଦକ ନିଜ ନାଁରେ କରିଥିଲେ। ଏହାପୂର୍ବରୁ ଜର୍ମାନୀ ପ୍ରତିଦ୍ୱନ୍ଦୀଙ୍କୁ ୬-୨ରେ ହରାଇ ହରବିନ୍ଦର ସେମିଫାଇନାଲରେ ପ୍ରବେଶ କରିଥିଲେ।