୮ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଜି ହର୍ଷବର୍ଦ୍ଧନଙ୍କ ବୈଠକ

ନୂଆଦିଲ୍ଲୀ: କୋଭିଡ ଟିକାକରଣରେ ପଛୁଆ ଥିବା ୮ଟି ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଜି କେନ୍ଦ୍ର ସ୍ୱସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ବୈଠକ କରିବେ। ହର୍ଷବର୍ଦ୍ଧନଙ୍କ ସହ ଜମ୍ମୁ-କଶ୍ମୀର, ଉତ୍ତରାଖଣ୍ଡ, ହରିୟାଣା, ପଞ୍ଜାବ, ବିହାର, ଝାରଖଣ୍ଡ,ଓଡ଼ିଶା ଓ ତେଲେଙ୍ଗାନାର ସ୍ୱାସ୍ଥ୍ୟମନ୍ତ୍ରୀ ଉପସ୍ଥିତ ରହିବେ।

ସୂଚନାଯୋଗ୍ୟ, ଭାରତରେ ବର୍ତ୍ତମାନ ସୁଦ୍ଧା ପାଖାପାଖି ୨ କୋଟି ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି। ସେଥିମଧ୍ୟରେ ୩୭ଲକ୍ଷ ଲୋକ ଏବେ ବି ଚିକିତ୍ସିତ ହେଉଛନ୍ତି। ଅନ୍ୟପଟେ ମେ’ ୧୧ ତାରିଖ ସୁଦ୍ଧା ଦେଶରେ ୧୭କୋଟି ୫୨ଲକ୍ଷ ୩୫ ହଜାର ୯୯୧ କରୋନା ଭ୍ୟାକ୍ସିନ ଲଗାଇଛନ୍ତି।