ହକି ଟିମ୍ ଅଧିନାୟକ ହରମନପ୍ରୀତ ସିଂହ ଓ ଲଭଲିନା ବୋରଗହେନ ହେବେ ଏସିଆନ ଗେମ୍ସର ଧ୍ୱଜାବାହକ

ନୂଆଦିଲ୍ଲୀ: ଚୀନର ହାଙ୍ଗଝୋଔରେ ଏସିଆନ ଗେମ୍ସ ଆୟୋଜିତ ହେବ । ଆସନ୍ତା ୨୩ ତାରିଖରେ ହେବାକୁ ଥିବା ଉଦଘାଟନୀ ସମାରୋହରେ ଭାରତୀୟ ପୁରୁଷ ହକି ଦଳର ଅଧିନାୟକ ହରମନପ୍ରୀତ ସିଂହ ଓ ଅଲମ୍ପିକ ପଦକ ବିଜେତା ବକ୍ସର ଲଭଲିନା ବୋରଗହେନ ଧ୍ୱଜାବାହକ ହେବେ । ଭାରତୀୟ ଅଲମ୍ପିକ ସଂଘ ଉଭୟଙ୍କ ନାଁରେ ମୋହର ଲଗାଇଛନ୍ତି । ଏସିଆନ ଗେମ୍ସରେ ୬୫୫ ଭାରତୀୟ ଖେଳାଳି ଅଂଶଗ୍ରହଣ କରିବେ । ଏହା ଏସିଆନ ଗେମ୍ସ ଇତିହାସର ସବୁଠୁ ବଡ଼ ଭାରତୀୟ ଦଳ ।

ଏହାପୂର୍ବରୁ ୨୦୧୮ରେ ଜକାର୍ତ୍ତା ଏସିଆନ ଗେମ୍ସରେ ଗଲ୍ଡେନ ବୟ ନିରଜ ଚେପ୍ରା ଧ୍ୱଜାବାହକ ହୋଇଥିଲେ ।