ନିର୍ବିରୋଧରେ ରାଜ୍ୟସଭାକୁ ନିର୍ବାଚିତ ହେଲେ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀଙ୍କ ସମେତ ୧୦ ଜଣ

ଲଖନଉ,ଏଜେନ୍ସି: ଆଜି ରାଜ୍ୟସଭାକୁ ୧୦ ଜଣ ପ୍ରାର୍ଥୀ ନିର୍ବିରୋଧ ଭାବେ ନିର୍ବାଚିତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀ ମଧ୍ୟ ରହିଛନ୍ତି। ଏହି ନିର୍ବାଚିତ ପ୍ରାର୍ଥୀଙ୍କ ମଧ୍ୟରେ ୮ ଜଣ ବିଜେପିର, ଜଣେ ସମାଜବାଦୀ ପାର୍ଟି ଓ ଜଣେ ବିଏସପିର ବୋଲି ଜଣାପଡ଼ିଛି। ଏଥିସହିତ ସେମାନେ ନିଜର ପ୍ରମାଣ ପତ୍ର ମଧ୍ୟ ଦାଖଲ କରିଥିବା ସହକାରୀ ରିଟର୍ଣ୍ଣିଂ ଅଧିକାରୀ ମୋହଦ ମୁଶହିଦ କହିଛନ୍ତି।

ଶ୍ରୀ ପୁରୀଙ୍କ ବ୍ୟତିତ ସଂସଦର ଉପର ଗୃହକୁ ବିଜେପିରୁ ନିରଜ ଶେଖର, ଅରୁଣ ସିଂହ, ଗୀତା ସାକ୍ୟା, ହରିଦ୍ୱାର ଦୁବେ, ବିଏଲ୍ ବର୍ମା ଓ ସୀମା ଦ୍ୱିବେଦୀ ନିର୍ବାଚିତ ହୋଇଛନ୍ତି। ସେହିପରି ସମାଜବାଦୀ ପାର୍ଟିରୁ ରାମଗୋପାଲ ଯାଦବ ଓ ବିଏସପିରୁ ରାମଜି ଗୌତମ ନିର୍ବାଚିତ ହୋଇଛନ୍ତି।