ରୋଟାରୀ କ୍ଲବ ପକ୍ଷରୁ ଭିନ୍ନକ୍ଷମ ମାନଙ୍କୁ ହସ୍ତଚାଳିତ ରିକ୍ସା ବଣ୍ଟନ

ବାରିପଦା,ଏନ୍ଏନ୍ଏସ୍: ଆଜି ବାରିପଦା ରୋଟାରୀ କ୍ଲବ୍ ପକ୍ଷରୁ ସର୍ଭିସ ଏବୋଭ ସେଲଫ ଓ ଜୟ ଅଫ୍ ଗିଭିଙ୍ଗ୍ କାର୍ଯ୍ୟକ୍ରମରେ ବଡ଼ସାହି ବ୍ଲକ୍ ହରିପୁର ଅଞ୍ଚଳରୁ ଆସି ବାରିପଦା ପୌରପରିଷଦରେ ଭିକ୍ଷାବୃତ୍ତି ମାଧ୍ୟମରେ ନିଜର ପରିବାରର ମା, ସ୍ତ୍ରୀ ଆଦିଙ୍କୁ ପ୍ରତିପାଳନ କରୁଥିବା ଭିନ୍ନକ୍ଷମ ଅନାଦି ଓଝାଙ୍କୁ ଏକ ଟ୍ରାଇ ସାଇକେଲ ପ୍ରଦାନ କରାଯାଇଛି। ଏହାଫଳରେ ଭିନ୍ନକ୍ଷମ ଅନାଦିଙ୍କର ଯାତାୟାତ ସହଜ ହେବା ସାଙ୍ଗକୁ ଶାରୀରିକ ପରିଶ୍ରମ ହ୍ରାସ ପାଇବା ଓ ସେ ଅଧିକ ଉପାର୍ଜନ କ୍ଷମ ହୋଇପାରିବ।

ଏଥି ସହିତ ଅନାଦିଙ୍କୁ ଆର୍ଥିକ ସହାୟତା ସାଙ୍ଗକୁ କମ୍ବଳ ଓ ମିଷ୍ଟାନ୍ନ ପ୍ରଦାନ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମକୁ କ୍ଲବର ସହ-ସମ୍ପାଦକ ଜ୍ୟୋତିରଞ୍ଜନ ସାହୁ ଆୟୋଜନ କରିଥିବା ବେଳେ ସଭାପତି ସରୋଜ ଦାସ, ସମ୍ପାଦକ ଭବାନୀ ଶଙ୍କର ସାହୁ, ଉପ-ସଭାପତି କମଲ ଖଣ୍ଡେଲୱାଲ, ପୂର୍ବତନ ସଭାପତି ଶ୍ୟାମଲ ପଟ୍ଟନାୟକ, ସୁନିତ ପୁରୀ, ସୁଭାଷ ଚନ୍ଦ୍ର ସାହୁ, ମୋହନ ବାର୍ଣ୍ଣାଲ, ସଦସ୍ୟ ସଞ୍ଜୀବ ହୋତା, କଲ୍ଲୋଳ ମୁଖାର୍ଜୀ, ଡ଼ା ସୁଶାନ୍ତ କୁମାର ବସା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।