ବୈଶିଙ୍ଗା,ଏନ୍ଏନ୍ଏସ୍: ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅଧୀନ ୧୮ ନମ୍ବର ଜାତୀୟ ରାଜପଥର କଚ୍ଛିମବିଲା ଛକ ନିକଟରେ ଏପ୍ରିଲ ୭ ତାରିଖରେ ପୋଲ ତଳୁ ଜନୈକ ଅପରଚିତ ବ୍ୟକ୍ତଙ୍କ ମୃତଦେହ ଜବତ କରିଥିଲା ପୁଲିସ। ଏନେଇ ବେତନଟୀ ଥାନାରେ ଏକ ମାମଲା ରୁଜ୍ଜୁ ହେବା ସହ ତଦନ୍ତ ଜାରି ରଖିଛନ୍ତି ଥାନାଧିକାରିଣୀ ସସ୍ମିତା ମହାନ୍ତ । ସେହି ଜନୈକ ମୃତ ବ୍ୟକ୍ତି ଜଣଙ୍କର ମୁହଁ ସହ ଶରୀରଟି ଅର୍ଦ୍ଧଦଗ୍ଧ ହୋଇଯିବା ଯୋଗୁଁ ତାଙ୍କର ଚେହେରା ଭଲ ଭାବରେ ଚିହ୍ନି ହୋଇପାରୁନଥିଲା।
ତାଙ୍କର ବୟସ ଆନୁମାନିକ ଭାବେ ୩୫ ରୁ ୪୦ ବର୍ଷ ହୋଇଥିବା ବେଳେ ଡାହାଣ ହାତରେ ଏକ ଲୁହା ବଳା ପିନ୍ଧି ଥିବାର ଦେଖାଯାଇଥିଲା। ମୃତ ଦେହ ମିଳିବାଠୁ ୧୯ ଦିନ ବିତି ଯାଇଥିଲେ ମଧ୍ୟ ଉକ୍ତ ମୃତ ବ୍ୟକ୍ତିଙ୍କ ପରିଚୟ ମିଳି ପାରିନାହିଁ। ଯଦି କେହି ବ୍ୟକ୍ତି ତାଙ୍କର ପରିଚୟ ପାଆନ୍ତି ତାହାଲେ ମୋ-୮୩୨୮୯୬୦୬୭୭ ଓ ୯୪୩୮୯୧୬୩୯୮ ନମ୍ବରରେ ଜଣାଇବା ପାଇଁ ବେତନଟୀ ଥାନାଧିକାରିଣୀ ଶ୍ରୀମତି ମହାନ୍ତ ପ୍ରକାଶ କରିଛନ୍ତି।