ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର

ନୂଆପଡ଼ା,ଏନ୍ଏନ୍ଏସ୍: କୋମନା ଥାନା ଉଦ୍ୟାନ ବନ୍ଧ ଗାଁ ନିକଟ ରାସ୍ତାକଡ଼ରୁ ଏକ ଯୁବକର ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଛି। ସୂଚନା ଅନୁସାରେ ଆଜି ଭୋରରେ ସ୍ଥାନୀୟ ଲୋକମାନେ ରାସନ ପାଇଁ ଉକ୍ତ ରାସ୍ତାଦେଇ ବଜାରକୁ ଯାଉଥିବା ବେଳେ ରାସ୍ତାକଡ଼ରେ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଏକ ମୃତଦେହ ପଡ଼ିଥିବା ଦେଖିଥିଲେ। ପରେ ସେ ଏ ସମ୍ପର୍କରେ ପୁଲିସକୁ ଖବର ଦେଇଥିଲେ।

ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡ଼ିଛି। ତେବେ ଉକ୍ତ ଯୁବକଙ୍କୁ ହତ୍ୟା କରାଯିବା ପରେ ତଥ୍ୟ ନଷ୍ଟ କରିବାକୁ ଯାଇ ପୋଡ଼ି ଦେଇଥିବା ଅନୁମାନ କରାଯାଉଛି।