ଉଚିତ୍ ଦରମା ଦାବିରେ ଆନ୍ଦୋଳନକୁ ଓହ୍ଲାଇଲେ ଏଚଏଏଲ୍ କର୍ମଚାରୀ

କୋରାପୁଟ,ଏନ୍ଏନ୍ଏସ୍: ସର୍ବଭାରତୀୟ ଏଚଏଏଲ୍କର୍ମଚାରୀ ମିଳିତ ସଂଗଠନର ଡାକରାରେ ସୋମବାର କୋରାପୁଟ ଜିଲ୍ଲା ସୁନାବେଡ଼ା ଠାରେ ଥିବା ଏଚଏଏଲ ପ୍ଲାଣ୍ଟ ଆଗରେ ୨୬୦୦ କର୍ମଚାରୀ ଅନିର୍ଦ୍ଦିଷ୍ଟ କାଳ ଧର୍ମଘଟ ଆରମ୍ଭ କରିଛନ୍ତି।

ସୂଚନା ଅନୁଯାୟୀ ପୂର୍ବରୁ କର୍ମଚାରୀଙ୍କ ଦରମାରେ ବୃଦ୍ଧି କରିବା ପାଇଁ କାର୍ଯ୍ୟରତ କମ୍ପାନୀ ମ୍ୟାନେଜମେଣ୍ଟ ସହ ସଂଘର ୬ଥର ବୈଠକ ବସିଥିଲା। ଏହାପରେ କର୍ମଚାରୀଙ୍କ ଦରମାରେ କେବଳ ୮୮ ପ୍ରତିଶତ ବୃଦ୍ଧି ହୋଇଛି ଯେଉଁଠାରେ ଅଫିସରଙ୍କ ଦରମାରେ ୩୫ ପ୍ରତିଶତ ବୃଦ୍ଧି କରାଯାଇଛି।

ଦରମା ବୃଦ୍ଧିରେ ଅନ୍ତର ପାନ୍ତର ହୋଇଥିବା ଅଭିଯୋଗ କରି ଆଜି କର୍ମଚାରୀ ୟୁନିଅନ ପକ୍ଷରୁ ଏହି ଆନ୍ଦୋଳନ ଡକା ଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ତାଙ୍କୁ ନ୍ୟାୟ ଦେବାପାଇଁ ଦାବି ହୋଇଛି।