ରାମନାଗୁଡା, ଏନ୍ଏନ୍ଏସ୍: ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ଥାନା ଅନ୍ତର୍ଗତ ପାଳୁପାଇ ଗ୍ରାମ ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଛି । ମିଳିଥିବା ରିପୋର୍ଟ ମୁତାବକ, ବିଷମ କଟକରୁ ହାଇୱା ବାହାରି ଗୁମଡ଼ା ଅଭିମୁଖେ ବାଲି ବୋଝେଇ କରି ଯାଉଥିବାବେଳେ ମୋହନା ପଟୁ ଆସୁଥିବା କାରଟି ରାୟଗଡ଼ା ଅଭିମୁଖେ ଯିବାବେଳେ ପାଳୁପାଇ ଶିବ ମନ୍ଦିର ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ କାରର ସାମ୍ନା ଭାଗଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବାବେଳେ କାର ଡ୍ରାଇଭର ଘଟଣାସ୍ଥଳରୁ ଫେରାର ମାରିଥିବା ଜଣାପଡ଼ିଛି । ଖବର ପାଇ ରାମନାଗୁଡ଼ା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ଅନୁସନ୍ଧାନ ଜାରି ରଖିଛି ।