କାଞ୍ଜିଝରନ ହଇଜା ଆତଙ୍କ : ପୁଣି ଡାକ୍ତରଖାନାରେ ୭ ଜଣ ଭର୍ତି

ଝାରସୁଗୁଡ଼ା, ଏନ୍ଏନ୍ଏସ୍ : ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ବାଦିମାଲ ପଞ୍ଚାୟତ ଅନ୍ତର୍ଗତ କାଞ୍ଜିଝରନ ଗ୍ରାମରେ ହଇଜାର ଆତଙ୍କ ଥମିବାର ନା ନେଉନି । ଗତ ଶୁକ୍ରବାର ଏଥିରେ ୨୩ ଜଣ, ସୋମବାର ୩ ଜଣ ଓ ମଙ୍ଗଲବାର ଜଣେ ଆକ୍ରାନ୍ତ ହୋଇଥଇବା ବେଳେ ଗୁରୁବାର ସନ୍ଧ୍ୟାରେ ପୁଣି ୭ ଜଣ ଏଥିରେ ଆକ୍ରାନ୍ତ ହୋଇ ଲଖନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି ହୋଇଛନ୍ତି । ଗୁରୁବାର ଭର୍ତି ହୋଇଥିବା ରୋଗୀମାନେ ଥବୀର ନିସ୍ତାର (୨୨), ଅହଲ୍ୟା ନିସ୍ତାର (୩୫), ଭୁଜବଳ ନିସ୍ତାର (୪୫), ବିଜେ କନ୍ଧ (୨୫), ନିଳାନ୍ଦ୍ରୀ କନ୍ଧ (୪୧), ସାବିତ୍ରୀ ରାଉତ (୪୨) ଓ ତୋଷ ରାଉତ (୪୭) ।
ହଇଜାକୁ ନିୟନ୍ତ୍ରଣ କରିବା ପାଇଁ ଗ୍ରାମରେ ଥିବା ଡାକ୍ତରୀ ଦଳଙ୍କ ପରାମର୍ଶରେ ଅନୁସାରେ ଖାଇବା ପିଇବା କରୁଥିଲେ । ହଇଜା ନିୟନ୍ତ୍ରଣ ହେଉ ନଥିବାରୁ ଗ୍ରାମବାସୀମାନେ ଚିନ୍ତିତ ଅଛନ୍ତି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ପଦକ୍ଷେପ ଅବଲମ୍ବନ ପରେ ମଧ୍ୟ ହଇଜା ନିୟନ୍ତ୍ରିତ ହେଉ ନଥିବାରୁ ଜିଲ୍ଲା ଅତିରିକ୍ତ ମୂଖ୍ୟ ଚିକିତ୍ସା ଅଧିକାରୀ କାଞ୍ଜିଝରନ ପରିଦର୍ଶନ କରି ଲୋକଙ୍କୁ ସଚେତନ କରିବା ସହ ଗ୍ରାମର ପ୍ରତ୍ୟେକ ପରିବାରଙ୍କୁ ପ୍ରତିଶୋଧକ ଔଷଧ, ଓଆରଏସ ଆଦି ପ୍ରଦାନ କରିଛନ୍ତି ।