Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ହର୍ଡାପଡ଼ାବାସୀଙ୍କ ଦୁଃଖ ହସ୍ନିଯୋର – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ହର୍ଡାପଡ଼ାବାସୀଙ୍କ ଦୁଃଖ ହସ୍ନିଯୋର

ରଜନୀ ମିଶ୍ର, ଭବାନୀପାଟଣା

ଓଡ଼ିଶାର ପଛୁଆ ଅଞ୍ଚଳ ଭାବେ ପରିଚିତ ଦାରିଦ୍ର୍ୟ, ଅଭାବ, ଅନଟନ ଏବଂ ଅଶିକ୍ଷା ପାଇଁ ସର୍ବାଧିକ ଚର୍ଚ୍ଚିତ କଳାହାଣ୍ଡି ଜିଲ୍ଲା ରାଜନୈତିକ ଇଚ୍ଛାଶକ୍ତିର ଅଭାବ ସାଙ୍ଗକୁ ପ୍ରଶାସନିକ ଅବହେଳାର ଶିକାର ହୋଇଛି। ଫଳରେ ଏବେବି ଜିଲ୍ଲାର ଏଭଳି ଗାଁ ଅଛି ଯେଉଁଠି ସବୁଦିନିଆ ରାସ୍ତା କିମ୍ବା ପୋଲଟିଏ ହୋଇପାରିନାହିଁ। ଫଳରେ ସ୍ଥାନୀୟ ଅଞ୍ଚଳର ହଜାର ହଜାର ଲୋକ ହଇରାଣ ହେଉଛନ୍ତି। ଏମିତି କି କୋମଳମତି ଛାତ୍ରଛାତ୍ରୀମାନେ ପାଠ ପଢ଼ିବା ପାଇଁ ପାଞ୍ଚଫୁଟ ପାଣିରେ ଅତି ବିପଦସଙ୍କୁଳ ଅବସ୍ଥାରେ ଯାଉଛନ୍ତି।

କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡା ବ୍ଲକ୍ ଅନ୍ତର୍ଗତ ହର୍ଡାପଡ଼ାରେ ରହିଛି ଏମିତି ସ୍ଥାନ। ଗୋଲାମୁଣ୍ଡା ବ୍ଲକ୍ର ଗଣ୍ଡାମେରଠାରୁ ହର୍ଡାପଡ଼ା ଯିବାକୁ ହେଲେ ବାଟରେ ପଡ଼େ ଚିରସ୍ରୋତା ହସ୍ନି ନାଳ। କିନ୍ତୁ ନାଳ ପାର ହେବା ପାଇଁ ନା ଅଛି ପୋଲ କିମ୍ବା ଡଙ୍ଗାର ବ୍ୟବସ୍ଥା। ଫଳରେ ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ଏକ ଦଉଡ଼ିରେ ନାଳ ପାରି ହେଉଛନ୍ତି। ଛୋଟ ଛୋଟ ଛାତ୍ରଛାତ୍ରୀଙ୍କୁ ତାଙ୍କ ଅଭିଭାବକମାନେ ଏକତ୍ର ହୋଇ କାନ୍ଧରେ ବିପଦପୂର୍ଣ୍ଣ ଭାବେ ପାଞ୍ଚଫୁଟ ପାଣିକୁ ପାରି କରାନ୍ତି ଓ ପୁଣି ସ୍କୁଲ ଛୁଟି ପରେ ନାଳ ପାରି କରାଇଥାନ୍ତି।

ପାଣିର ପ୍ରଖର ସ୍ରୋତରେ ବେଳେ ବେଳେ ପ୍ୟାଣ୍ଟ, ସାର୍ଟ ବହି ଭିଜିଯାଏ। ଯେଉଁ ପିଲାଙ୍କ ବାପା-ମାଆ ଦିନ ମଜୁରିଆ କିମ୍ବା ଚାଷୀ ଶ୍ରେଣୀର ସେମାନେ ପାଠ ପଢ଼ାରୁ ବଞ୍ଚିତ ହୋଇଥାନ୍ତି। ବ୍ୟସ୍ତ ଥିଲେ ପିଲାଙ୍କ ପାଠପଢ଼ାରେ ବାଧା ସୃଷ୍ଟି ହେଉଛି। ଏହା ଦିନେ କି ଦୁଇ ଦିନର ନୁହେଁ ବର୍ଷକର ପୂରା ଛଅ ମାସ ଦୁର୍ଦ୍ଦଶା। ବେଶୀ ବର୍ଷା ହେଲେ ସମ୍ପୂର୍ଣ୍ଣ ପାଠପଢ଼ା ବନ୍ଦ ହୋଇଯାଉଛି। ଏହା ବ୍ୟତୀତ ହର୍ଡାପଡ଼ାବାସୀ ପଞ୍ଚାୟତଙ୍କୁ ଭତ୍ତା ଚାଉଳ ଆଣିବା ପାଇଁ ବୁଢ଼ାବୁଢ଼ୀ ଓ ରୋଗୀ କିମ୍ବା ପ୍ରସୂତି ମହିଳାଙ୍କ ପାଇଁ ଯାତାୟାତ ନିମନ୍ତେ କୌଣସି ସୁବିଧା ନାହିଁ।

ଏପରିକି ଆମ୍ବୁଲାନ୍ସ ନଆସି ପାରିବାରୁ ରୋଗୀ ମୃତ୍ୟୁବରଣ କରିବାର ବହୁ ନଜିର ମଧ୍ୟ ପ୍ରଶାସନର ନାକ ତଳେ ଏହି ସମସ୍ୟା ଥିଲେ ବି କେବେ ନେତା ମନ୍ତ୍ରୀଙ୍କ ପାଦ ଏଯାଏ ଗାଁକୁ ପଡ଼ି ନଥିବା ବିଡ଼ମ୍ବନାର ବିଷୟ ବୋଲି ବିଡିଓଙ୍କ ଠାରେ ଗତ କିଛିଦିନ ତଳେ ଅଭିଯୋଗ କରିଥିଲେ ଗୋଲାମୁଣ୍ଡା ବ୍ଲକ୍ ଉପାଧ୍ୟକ୍ଷା ମମତା ରାଉତ। ଏହି ତଥ୍ୟ ଅନୁଯାୟୀ ବ୍ଲକ୍ ପ୍ରଶାସନ ପକ୍ଷରୁ ତତ୍ପରତା ଦେଖା ଯାଇଥିଲା। ଏହି ହସ୍ନି ଯୋର ଉପରେ ଏକ ଚେକ୍ ଡ୍ୟାମ୍ ନିର୍ମାଣ ହୋଇଥିଲା। କିନ୍ତୁ ଏଯାଏ ଏଦିଗରେ ସେଭଳି କିଛି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଏଥିପାଇଁ ସ୍ୱତନ୍ତ୍ର ପଲ୍ଲି ସଭାରେ ବ୍ରିଜ୍ ପାଇଁ ମନରେଗା ଯୋଜନାରେ ପ୍ରସ୍ତାବ ରଖା ଯିବା ଟଙ୍କା ମଞ୍ଜୁର ହେଲେ କାମ କରାଯିବ ବୋଲି କହିଛନ୍ତି ଗୋଲାମୁଣ୍ଡା ବିଡିଓ ସ୍ନିଗ୍ଧାରାଣୀ ପ୍ରଧାନ। ଅପରପକ୍ଷେ ଏହି ପ୍ରମୁଖ ସମସ୍ୟା ପ୍ରତି ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରିବା ପାଇଁ ଦାବି ଜଣାଇଛନ୍ତି ହର୍ଡାପଡ଼ାର ଗ୍ରାମବାସୀ।