Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଉପାନ୍ତ ବୋଲି ଅବହେଳିତ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଉପାନ୍ତ ବୋଲି ଅବହେଳିତ

ସୀତମ ପ୍ରଧାନ, ଝାରସୁଗୁଡ଼ା

ରାଜ୍ୟର ଉପାନ୍ତ ଜିଲ୍ଲା ଓ ଗ୍ରାମଗୁଡ଼ିକରେ ସରଳ ଜୀବନଯାପନ କରିବା ପାଇଁ ସରକାରଙ୍କ ପକ୍ଷରୁ ଏ ଯାଏ ମୌଳିକ ସୁବିଧା ବି ଯୋଗାଇ ଦିଆଯାଇ ନାହିଁ। ସରକାର ଓ ପ୍ରଶାସନ ପକ୍ଷରୁ ଦିଆଯାଉଥିବା ପ୍ରସ୍ତାବ ବାସ୍ତବତାରେ ପରିଣତ ହେବା ଅଞ୍ଚଳବାସୀଙ୍କ ପାଇଁ ସ୍ୱପ୍ନ ପାଲଟିଯାଇଛି। ଏଠାରେ ଲୋକମାନେ ଖାଦ୍ୟ, ବସ୍ତ୍ର, ବାସଗୃହ, ରାସ୍ତା, ଚିକିତ୍ସା ଆଦିରୁ ଏଯାଏ ବଞ୍ଚିତ ହେଉଛନ୍ତି। ଏମିତି ଏକ ଅବହେଳିତ ଗାଁ ଓଡ଼ିଶା ଓ ଛତିଶଗଡ଼ର ସୀମାନ୍ତରେ ଥିବା ସୁଖାସୋଢ଼ା।

ଝାରସୁଗୁଡ଼ାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଅବସ୍ଥିତ ଏହି ଗାଁ। ଏହା ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ୍ କଣ୍ଡେକେଲା ପଞ୍ଚାୟତରେ ଅବସ୍ଥିତ। ୧୩୦ ପରିବାର ବିଶିଷ୍ଟ ଏହି ଗ୍ରାମରେ ପ୍ରାୟ ୮ଶହ ଲୋକ ବାସ କରନ୍ତି। ହେଲେ ଗାଁକୁ ଯିବା ପାଇଁ ଭଲ ରାସ୍ତା ନାହିଁ। ଲୋକଙ୍କ ପାଖରେ ନିଜସ୍ୱ ଜମି ନାହିଁ। ମହାନଦୀ ପାଣିରେ ମାଛ ଓ ବୁଡ଼ି ଜମିରେ ଚାଷ କରି ପରିବାର ପ୍ରତିପୋଷଣ କରୁଛନ୍ତି ଏଠାକାର ଲୋକ। ହେଲେ ଛତିଶଗଡ଼ରେ ମହାନଦୀ ଉପର ମୁଣ୍ଡରେ ତିଆରି ହୋଇଥିବା କଲମା ବ୍ୟାରେଜ ଏବେ ସୁଖାସୋଢ଼ା ଗ୍ରାମ ପାଇଁ ଅଭିଶାପ ପାଲଟିଛି।

ବର୍ଷାଦିନେ ମହାନଦୀରେ ପାଣି ଭର୍ତ୍ତି ହେଲା ପରେ ହଠାତ ଛତିଶଗଡ଼ରେ ସମସ୍ତ ଗେଟ ଖୋଲିଲେ ଏମାନଙ୍କ ଚାଷ ଜମିରେ ପାଣି ଭର୍ତ୍ତି ହୋଇ ଶହଶହ ଏକର ଧାନ ଚାଷ ନଷ୍ଟ ହେଉଛି। ଫଳରେ ଚାଷୀମାନେ ସେମାନଙ୍କ ଜୀବିକା ହରାଉଛନ୍ତି। ଅନ୍ୟପଟେ ଖରାଦିନେ ଛତିଶଗଡ଼ ସରକାର ମହାନଦୀ ଉପରେ ମୁଣ୍ଡରେ ଥିବା ଗେଟ୍ ବନ୍ଦ କଲେ ତଳ ମୁଣ୍ଡରେ ପାଣି ରହୁନାହିଁ। ଫଳରେ ପୂର୍ବରୁ ମହାନଦୀ ଉପରେ ନିର୍ଭର କରୁଥିବା ମତ୍ସ୍ୟଜୀବୀଙ୍କ ଜୀବିକା ପ୍ରଭାବିତ ହୋଇଛି। ଦିନକୁ ୫୦ କେଜି ମାଛ ଧରୁଥିବା ସୁଖାସୋଢ଼ା ଗ୍ରାମର ମତ୍ସ୍ୟଜୀବୀମାନେ ଏବେ ଦୈନିକ ମାତ୍ର ୫ କେଜି ମାଛ ମଧ୍ୟ ଧରିବା ସମ୍ଭବ ହେଉନାହିଁ। ତେଣୁ ମହାନଦୀର ଜଳରେ ଚାଷ ଓ ମାଛ ଉପରେ ନିର୍ଭର କରି ଜୀବନ ନିର୍ବାହ କରୁଥିବା ଏହି ଗ୍ରାମବାସୀ ନିଜର ଜୀବିକା ହରାଇ ଦିନ ମଜୁରି କରିବା ପାଇଁ ବାଧ୍ୟ ହେଉଛନ୍ତି। ତେଣୁ ଓଡ଼ିଶା ଓ ଛତିଶଗଡ଼ ସରକାର ମହାନଦୀ ବିବାଦରେ ଛନ୍ଦି ନ ହୋଇ ଉଭୟ ରାଜ୍ୟର ହଜାର ହଜାର ଚାଷୀ ଓ ମତ୍ସ୍ୟଜୀବୀଙ୍କ ଜୀବିକା ବାଧାପ୍ରାପ୍ତ ହୋଇଛି ବୋଲି କୁହନ୍ତି ଗ୍ରାମର ସୋମନାଥ ପ୍ରଧାନ।

ସେହିପରି ରାହାସ ଗୌଡ଼ଙ୍କ କୁହନ୍ତି, ମହାନଦୀ ବିବାଦ ଆରମ୍ଭ ହେଲା ଦିନଠାରୁ ନେତା, ମନ୍ତ୍ରୀ, ସାମାଜିକ ସଂଗଠନ ସମସ୍ତେ କେବଳ ସୁଖାସୋଢ଼ାକୁ ଧାଉଁଛନ୍ତି। କାରଣ ସୁଖାସୋଢ଼ା ଗ୍ରାମରେ ମହାନଦୀ ଓଡ଼ିଶାକୁ ପ୍ରବେଶ କରିଛି। ହେଲେ ଲୋକଙ୍କ ଦୁଃଖ ଦୂର କରିବା ପାଇଁ ପ୍ରତିଶ୍ରୁତି ଦେଇ ସେମାନେ ଉଭାନ ହୋଇ ଯାଉଛନ୍ତି। ଗ୍ରାମବାସୀ କହିଛନ୍ତି ୨୦୧୮ ମେ’ ୧୮ ତାରିଖରେ ସୁଖାସୋଢ଼ା ଗାଁକୁ ଆସିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଠାରେ ସେଦିନ ମହାନଦୀ ବଞ୍ଚାଅ ଅଭିଯାନର ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଥିଲେ। ହେଲେ ୧ ବର୍ଷ ରୁ ଅଧିକ ସମୟ ହୋଇଯାଇଥିଲେ ହେଁ ସୁଖାସୋଢ଼ାକୁ ଭଲ ରାସ୍ତାଟିଏ ହୋଇ ପାରିନାହିଁ। ନେତା ମନ୍ତ୍ରୀଙ୍କ କୌଣସି ପ୍ରତିଶ୍ରୁତି ବାସ୍ତବତାରେ ପରିଣତ ହୋଇନାହିଁ। ଏବେ ବି ଗ୍ରାମକୁ ଆମ୍ବୁଲାନ୍ସ ଆସିପାରେ ନାହିଁ। ଗାଁମୁଣ୍ଡରେ ଆମ୍ବୁଲାନ୍ସ ଛିଡ଼ାହେଲେ ଲୋକେ ରୋଗୀ, ପ୍ରସୂତିଙ୍କୁ ଖଟିଆରେ ବୋହି ଗାଁ’ ମୁଣ୍ଡ ଯାଏ ନେଇଥାନ୍ତି।

ସୁଖାସୋଢ଼ା ଗ୍ରାମଟି ଓଡ଼ିଶାର ହୋଇଥିଲେ ମଧ୍ୟ ଚିକିତ୍ସା, ରାସନ ସାମଗ୍ରୀ, ଚାଷ କରିଥିବା ବିଭିନ୍ନ ସାମଗ୍ରୀର ବଜାର ପାଇଁ ଛତିଶଗଡ଼ ଉପରେ ନିର୍ଭର କରୁଛନ୍ତି। ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରୁ ଏହି ନିରୀହ ଗ୍ରାମବାସୀ ବଞ୍ଚିତ ହେଉଛନ୍ତି।