କାନୋ,ଏଜେନ୍ସି: ନାଇଜେରିଆର ଜାଙ୍ଗେବେ ସହରର ଏକ ଆବାସିକ ବାଳିକା ବିଦ୍ୟାଳୟରୁ ଅପହୃତ ହୋଇଥିବା ସମସ୍ତ ୨୭୯ ଜଣ ଛାତ୍ରୀଙ୍କୁ ଅପହର୍ତ୍ତାମାନେ ମଙ୍ଗଳବାର ମୁକ୍ତ କରିଛନ୍ତି। ଅପହର୍ତ୍ତାମାନେ ଗତ ଶୁକ୍ରବାର ଏମାନଙ୍କୁ ବନ୍ଧୁକମୁନରେ ଅପହରଣ କରିଥିବାବେଳେ ଛାତ୍ରୀଙ୍କ ସଂଖ୍ୟା ୩୧୭ ବୋଲି ପୁଲିସ ପକ୍ଷରୁ କୁହାଯାଇଥିଲା। ତେବେ ଘଟଣା ସମୟରେ କେତେକ ଛାତ୍ରୀ ହଷ୍ଟେଲ ନିକଟସ୍ଥ ବୁଦାରେ ଲୁଚିଯିବାରୁ ଅପହରଣରୁ ବର୍ତ୍ତିଯାଇଥିଲେ। ଛାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ରହିଛି ଏବଂ ସେମାନଙ୍କର ଅଭିଭାବକମାନେ ସ୍କୁଲକୁ ଆସି ନିଜ ପିଲାଙ୍କୁ ଭେଟିଥିବା ପୁଲିସ ପକ୍ଷରୁ କୁହାଯାଇଛି।