ଗଞ୍ଜେଇ ଚାଲଣା ବେଳେ ୨ ଗିରଫ

କ.ନୁଆଗାଁ, ଏନ୍ଏନ୍ଏସ୍ : ଲକଡାଉନର ସୁବିଧା ନେଇ ବାଲିଗୁଡାରୁ କଲିକତା ଗଞ୍ଜେଇ ଚାଲଣ ବେଳେ କ.ନୁଆଗାଁ ପୋଲିସ ହାତରେ ଧରା ପଡିଲା ଦୁଇ ଗଞ୍ଜେଇ ମାଫିଆ। ମିଳିଥିବା ସୂଚନା ଅନୁଯାୟୀ, କ. ନୁଆଗାଁ ପୋଲିସ ବିଶେଶ ସୁତ୍ରରୁ ଖବର ପାଇ ଗଞ୍ଜେଇ ବୋଝେଇ ମ୍ୟାକ୍ସ ପିକଅପ ଗାଡି ଯାଉଥିବାର ଗାଡିକୁ ଜଗିଥିଲେ କ.ନୁଆଗାଁ ଠାରେ। ଏହି ସମୟରେ ମ୍ୟାକ୍ସ ପିକଅପ ବୋଲେର ଗାଡି ଆସିବାର ଦେଖି ତାକୁ ଅଟକାଇଥିଲେ। ଗାଡିକୁ ଅଟକାଇ ଯାଂଚ କରିବା ସମୟରେ ଗାଡିର ଡାଲାରେ ଆଳୁ ବସ୍ତା ଥିବା ଦେଖିବାକୁ ମିଳିଥିଲା କିନ୍ତୁ ଆଳୁ ବସ୍ତାକୁ କାଡି ଦେଖିବା ବେଳେ ଆଳୁ ବସ୍ତା ତଳେ ଗଞ୍ଜେଇ ବସ୍ତା ଥିଲା।

ଏହାପରେ ସେହି ଗାଡିକୁ ଥାନକୁ ନେଇଥିଲେ। ଗାଡିଟି ପଶ୍ଚିମବଙ୍ଗର ହୋଇଥିବା ବେଳେ ଉକ୍ତ ଗାଡିରୁ ୧୩୧କେଜି ୭୦୦ଗ୍ରାମ ଗଞ୍ଜେଇ ଜବତ କରାଯାଇଛି ଓ ଦୁଇ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିଛନ୍ତି। ଏହି ଗଞ୍ଜେଇ ବାଲିଗୁଡାରୁ କଲିକତା ଚାଲାଣ କରାଯାଉଥିଲା । ଗିରଫ ଦୁଇ ଜଣ ହେଲେ ଚୋତେନ ଏସକେ(୨୫) ଓ ଜୟଲାଲ ଅନସାରୀ(୨୬) ଦୁଇଜଣଙ୍କ ଘର ପଶ୍ଚିମବଙ୍ଗ ବୋଲି ଜଣାପଡିଛି। ଗାଡି ଓ ଗଞ୍ଜେଇ ଜବତ କରିବା ସହ ଗିରଫ ଦୁଇ ଜଣଙ୍କୁ ବାଲିଗୁଡା କୋର୍ଟକୁ ଚାଲଣ କରାଯାଇଥିବା କ.ନୁଆଗାଁ ଆଇଆଇସି ଶ୍ରୀନିବାସ ସାମଲ ସୁଚନା ଦେଇଛନ୍ତି।