ଗୁଲାମ ନବୀ ଆଜାଦଙ୍କ ପାଇଁ କାନ୍ଦିଲେ ମୋଦୀ

ନୂଆଦିଲ୍ଲୀ: ରାଜ୍ୟସଭାରୁ ଆଜି କଂଗ୍ରେସ ସାଂସଦ ଗୁଲାମ ନବୀ ଆଜାଦଙ୍କ ସମେତ ୪ଜଣ ସଦସ୍ୟ ବିଦାୟ ନେଉଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାନ୍ଦି କାନ୍ଦି ଗୁଲାମ ନବୀ ଆଜାଦଙ୍କ ପ୍ରଶଂସା କରିଛନ୍ତି। ମୋଦୀ ଜମ୍ମୁ-କଶ୍ମୀରରେ ଆତଙ୍କୀ ଆକ୍ରମଣକୁ ମନେ ପକାଇ କହିଛନ୍ତି ଯେ, ଗୁଲାମ ନବୀ ଆଜାଦ ସେଦିନ ତାଙ୍କୁ ଫୋନ୍ କରି ବହୁତ କାନ୍ଦିଥିଲେ। ସେତେବେଳେ ମୁଁ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲି। ତାଙ୍କ ସହ ମୋ ସମ୍ପର୍କ ସର୍ବଦା ବନ୍ଧୁତ୍ୱପୂର୍ଣ୍ଣ ରହିଛି। ରାଜନୀତିରେ ମତଭେଦ ଓ ଯୁକ୍ତିତର୍କ ହୋଇଥାଏ। କିନ୍ତୁ ଜଣେ ବନ୍ଧୁ ଭାବେ ମୁଁ ତାଙ୍କୁ ଖୁବ୍ ଆଦର କରେ।

ମୋଦୀ ଆହୁରି କହିଛନ୍ତି ଯେ, ‘ଗୁଲାମ ନବୀ ନିଜ ଦଳ ସହ ଦେଶ ଓ ସଦନ କଥା ମଧ୍ୟ ଚିନ୍ତା କରୁଥିଲେ। ଆଉ ଏହା ଛୋଟ କଥା ନୁହେଁ। କାହିଁକି ନା ବିପକ୍ଷ ନେତା ରୂପେ ସମସ୍ତେ ନିଜ ଦବଦବା କାୟମ କରିବାକୁ ଚାହିିଁଥାନ୍ତି। ମୁଁ ଶରଦ ପାୱାରଙ୍କୁ ମଧ୍ୟ ଏହି କେଟେଗେରୀରେ ରଖେ। କରୋନା କାଳରେ ମୋତେ ଗୁଲାମ ନବୀ ଫୋନ୍ କରି ପାର୍ଟି ଅଧ୍ୟକ୍ଷଙ୍କ ବୈଠକ ଡାକିବା ପାଇଁ କହିଥିଲେ। ପରେ ତାଙ୍କ ପ୍ରସ୍ତାବ ମୁତାବକ ମୁଁ ବୈଠକ ଡକାଇଥିଲି।’