ଗାନ୍ଧୀନଗର,ଏନ୍ଏନ୍ଏସ୍: ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଗୁଜରାଟ ଯାତ୍ରା ନେଇ ବିଶେଷ ଗୁଜରାଟୀ ବ୍ୟଂଜନ ପରସା ଯିବ । ଏ ନେଇ ପ୍ରସ୍ତୁତି ଚାଲିଛି । ମିଳିଥିବା ସୂଚନା ଅନୁସାରେ ଟ୍ରମ୍ପ ନିଜର ଏହି ଯାତ୍ରା ସମୟରେ ଅହମଦାବାଦରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଲଂଚ କରିବେ । ଟ୍ରମ୍ପ ଏହି ଯାତ୍ରା ବେଳେ ସାବରମତୀ ଆଶ୍ରମ ମଧ୍ୟ ଯିବେ । ସେଠାରେ ମଧ୍ୟ ସେ ଭୋଜନ କରିବାର ରହିଛି । ଏହି ଭୋଜନ ପ୍ରସ୍ତୁତିର ଦାୟିତ୍ୱ ଫର୍ଚୁନ ଲ୍ୟାଣ୍ଡମାର୍କ ହୋଟେଲର ଶେଫ ସୁରେଶ ଖାନ୍ନାଙ୍କୁ ଦିଆ ଯାଇଛି । ଏଥିରେ ଗୁଜରାତର ସ୍ପେଶାଲ ଖମଣ ଢୋକଲା, ସ୍ପେସାଲ ଗୁଜରାଟୀ ଜିଂଜର ଟି, ଗ୍ରୀନ ଟି ମଲ୍ଟିଗ୍ରେନ କୁକିଜ ସାମିଲ ରହିଛି ।