ଗୁଜରାଟ ମଦ ମୃତ୍ୟୁସଂଖ୍ୟା ୩୧ ଛୁଇଁଲା

ଗୁଜରାଟ: ଗୁଜରାଟର ବୋଟାଦ ଜିଲ୍ଲାସ୍ଥିତ ବୁଟଲେଗର ଠିକାରେ ବିଷାକ୍ତ ମଦ ପିଇ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ପ୍ରାୟ ୩୦ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩୧ଜଣ ଚିକିତ୍ସାଧୀନ ଅଛନ୍ତିି । ଅନ୍ୟପଟେ ବିଷାକ୍ତ ମଦ କାଣ୍ଡ ନାଁରେ ମାମଲା ଦାୟର କରିବାକୁ ପୁଲିସ ପଛଘୁଞ୍ଚା ଦେଉଛି । ପୁରା ଘଟଣାକୁ ପୁଲିସ କେମିକାଲ କାଣ୍ଡ ଦର୍ଶାଉଛି । ଏନେଇ କଂଗ୍ରେସ ଓ ଆମ ଆଦମି ପାର୍ଟି ସରକାରକୁ ଟାର୍ଗେଟ କରିଛି ।

ସୂଚନାଯୋଗ୍ୟ, ବିଷାକ୍ତ ମଦ ପିଇଥିବା ପାଖାପାଖି ୫୬ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଉପରୋକ୍ତ ସମସ୍ତଙ୍କୁ ଗୁଜରାଟର ଅହମ୍ମଦାବାଦ, ଧଂଧୁକା, ଭାବନଗର ଓ ବରବାଲା ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୋଟ ୧୬ଟି ହସ୍ପିଟାଲରେ ଭର୍ତ୍ତିଥିବା ରୋଗୀଙ୍କ ମଧ୍ୟରେ କିଛି ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ଗମ୍ଭୀର ରହିଥିବା ଜଣାପଡ଼ିଛି ।