ଡିସେମ୍ବର ୧ ଓ ୫ରେ ଗୁଜରାଟରେ ମତଦାନ

ନୂଆଦିଲ୍ଲୀ: ଭାରତୀୟ ନିର୍ବାଚନ ଆୟୋଗ ପକ୍ଷରୁଗୁଜରାଟ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରାଯାଇଛି । ୧୮୨ ସିଟ୍ ଯୁକ୍ତ ବିଧାନସଭା ନିର୍ବାଚନ ୨ଟି ଚରଣରେ ହେବ । ପ୍ରଥମ ଚରଣ ପାଇଁ ଡିସେମ୍ବର ୧ ଓ ଦ୍ୱିତୀୟ ଚରଣ ଲାଗି ଡିସେମ୍ବର ୫ ତାରିଖରେ ଭୋଟଗ୍ରହଣ ହେବ । ପ୍ରଥମ ଚରଣରେ ୮୯ ସିଟ୍ ଓ ଦ୍ୱିତୀୟ ଚରଣରେ ୯୩ ସିଟରେ ଭୋଟିଂ ହେବ । ଏଥିସହିତ ନିର୍ବାଚନ ଫଳାଫଳ ଡିସେମ୍ବର ୮ ତାରିଖରେ ହେବ ବୋଲି ଜଣାପଡ଼ିଛି ।

ସୂଚନାଯୋଗ୍ୟ, ଗୁଜରାଟରେ ଏବେ ମୋଟ ୪.୯୦ କୋଟି ମତଦାତା ରହିଛନ୍ତି । ସେଥିମଧ୍ୟରୁ ୨.୫୩ କୋଟି ପୁରୁଷ, ୨.୩୭ କୋଟି ମହିଳା ଓ ୧୪୧୭ ଟ୍ରାନ୍ସଜେଣ୍ଡର ରହିଛନ୍ତି । ୩.୨୪ ଲକ୍ଷ ନୂଆ ଭୋଟର ମଧ୍ୟ ରହିଛନ୍ତି ।