ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୧୦ ତାରିଖରେ ୨ ଦିନିଆ ଓଡ଼ିଶା ଗସ୍ତରେ ଆସିବେ । ରାଷ୍ଟ୍ରପତି ହେବା ପରେ ଏହା ହେଉଛି ତାଙ୍କର ପ୍ରଥମ ଓଡ଼ିଶା ଗସ୍ତ । ଶ୍ରୀମତୀ ମୁର୍ମୁ ୧୦ ତାରିଖରେ ଓଡ଼ିଶା ପହଞ୍ଚି ସିଧା ପୁରୀ ଯିବେ । ଦର୍ଶନ ସାରି ଅପରାହ୍ନରେ ଭୁବନେଶ୍ୱର ପହଞ୍ଚିବେ । ରାଜଭବନରେ ସିଭିକ ରିସେପସନ୍ ଓ ରାତ୍ରୀଯାପନ କରିବେ । ୧୧ ତାରିଖ ବିଭିନ୍ନ ସ୍କୁଲ ପରିଦର୍ଶନ କରିବେ । ଏହି ଅବସରରେ ଜୟଦେବ ଭବନରେ ମଧ୍ୟ ଅନେକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଆଉ ରାଷ୍ଟ୍ରପତି ସମସ୍ତ କାର୍ଯ୍ୟକ୍ରମରେ ଯୋଗଦେବା ପରେ ୧୧ ତାରିଖ ଅପରାହ୍ନରେ ଦିଲ୍ଲୀ ଫେରିଯିବେ ।
ସୂଚନାଯୋଗ୍ୟ, ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ମୁଖ୍ୟ ଶାସନ ସଚିବ ବୈଠକ ଡକାଇଥିଲେ । ଏଥିରେ ପ୍ରୋଟୋକଲ୍ ପାଳନ ଓ କାର୍ଯ୍ୟକ୍ରମକୁ ତ୍ରୁଟିଶୂନ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସୁରକ୍ଷା, ଅଗ୍ନି ନିରାପତ୍ତା, ସ୍ୱାସ୍ଥ୍ୟସେବା, ଟ୍ରାଫିକ ଓ ପରିଚାଳନାକୁ ଗୁରୁତ୍ୱ ଦିଆଯିବ ବୋଲି ଜଣାପଡ଼ିଛି ।