ଲକ୍ଷ୍ନୌ,ଏଜେନ୍ସି: ଏଆଇଏମ୍ଆଇଏମ୍(AIMIM) ଛାଡ଼ି ବହୁଜନ ସମାଜବାଦ ପାର୍ଟିରେ ପାଦ ଥାପିଲେ ଶାହ ଆଲମ। ଦଳରେ ମିଶିବା ପରେ ଶାହ ଆଲମଙ୍କୁ ଦଳ ଲୋକସଭା ଉପନିର୍ବାଚନ ପାଇଁ ଆଜମଗଡରୁ ପ୍ରାର୍ଥୀ ଭାବେ ଛିଡ଼ା କରିଛି।
୨୨ ମାର୍ଚ୍ଚରେ ସମାଜବାଦ ପାର୍ଟିର ପ୍ରମୁଖ ଅଖିଳେଶ ଯାଦବ ଇସ୍ତଫା ଦେବା ପରେ ଏହି ସିଟ୍ ବର୍ତ୍ତମାନ ଖାଲି ଅଛି। ସୁଚନା ଅନୁସାରେ ଆଜି ହିଁ ବହୁଜନ ସମାଜବାଦ ପାର୍ଟି(ବସପା)ରେ ଯୋଗ ଦେଲେ ଶାହ ଆଲମ। ଏନେଇ ମାୟାବତୀ ବଡ଼ ଘୋଷଣା କରିଛନ୍ତି।
ଏହି ଘଟଣା ପରେ ଏଆଇଏମ୍ଆଇଏମ୍ ପାର୍ଟିକୁ ବଡ଼ ଝଟକା ଲାଗିଛି। ବିଧାନସଭା ନିର୍ବାଚନରେ ଆଶାୟୀ ପ୍ରାର୍ଥୀ ଭାବେ କେବଳ ଶାହ ଆଲମ ଥିଲେ। ଉତ୍ତରପ୍ରଦେଶର ୪୦୩ ବିଧାନସଭା ସିଟ୍ରେ ଅସଦୁଦ୍ଦିନ ୱାଏସି ୧୦୦ରୁ ଅଧିକ ପ୍ରାର୍ଥୀଙ୍କୁ ଛିଡ଼ା କରିଥିଲେ କିନ୍ତୁ କେବଳ ଶାହ ଆଲମ ହିଁ ନିଜର ଦବଦବା ଜାହିର କରିପାରିଥିଲେ। ଶାହ ଆଲମ ୪ନମ୍ବରରେ ଥିବା ବେଳେ ୩୬,୪୧୯ ଖଣ୍ଡ ଭୋଟ୍ ପାଇଥିଲେ।
ସୂଚନା ଅନୁସାରେ ଆଜି ବହୁଜନ ସମାଜବାଦ ପାର୍ଟିର ମୁଖ୍ୟ ମାୟାବତୀ ଆଜି ଲକ୍ଷ୍ନୌ ସ୍ଥିତ କାର୍ଯ୍ୟାଳୟରେ ଏକ ବୈଠକ ଡ଼କାଇଥିଲେ ଯେଉଁଥିରେ ଜାଣିବାକୁ ମିଳିଥିଲା ଯେ ଶାହ ଆଲମ ଏଆଇଏମ୍ଆଇଏମ୍କୁ ଛାଡ଼ି ବହୁଜନ ସମାଜବାଦ ପାର୍ଟିରେ ଯୋଗ ଦେଇଛନ୍ତି।