ଲାଠ ଡିଷ୍ଟ୍ରିବ୍ୟୁଟର ଔଷଧ ହୋଲସେଲର ଉପରେ ଜିଏସଟି ଚଢ଼ଉ

ଟିଟିଲାଗଡ଼,ଏନ୍‌ଏନ୍‌ଏସ୍‌: ଟିଟିଲାଗଡ଼ ସହରସ୍ଥିତ ଲାଠ ଡିଷ୍ଟ୍ରିବ୍ୟୁଟର ଔଷଧ ହୋଲସେଲର ଗୋଦାମରେ ଆଜି ସକାଳୁ ଜିଏସଟି ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି । ଜିଏସଟି ଡେପୁଟି କମିଶନର ଓ ଏନଫୋର୍ସମେଣ୍ଟ ୟୁନିଟ ବଲାଙ୍ଗିର କିଶୋର ଚନ୍ଦ୍ର ମେହେରଙ୍କ ନେତୃତ୍ୱରେ କଲାହାଣ୍ଡି ଏସିଟିଓ ଟଙ୍କଧର ସାହୁ, ଅତିରିକ୍ତ ସିଟିଓ ହରେକୃଷ୍ଣ ସାହୁ, ନୂଆପଡ଼ା ଏସିଟିଓ ନନ୍ଦକିଶୋର ଜାଲ ଓ ବଲାଙ୍ଗିର ଏସିଟିଓ ସରୋଜ ବରିହା ପ୍ରମୁଖ ଔଷଧ ହୋଲସେଲରଙ୍କ ଗୋଦାମର ତଲାସି ଜାରି ରଖିଛନ୍ତି । ଗୋଦାମରେ ଥିବା ସମସ୍ତ ବିଲ ଭାଉଚର ଓ କମ୍ପ୍ୟୁଟର ତନଖିବା ସହ ସମସ୍ତ ପ୍ରକାର ଔଷଧର ପରିମାଣ ଟିକିନିଖି ଭାବରେ ଜିଏସଟି ଅଧିକାରୀ ଲିପିବଦ୍ଧ କରୁଥିବା ଦେଖା ଯାଇଥିଲା । ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ତଦନ୍ତ ଜାରି ରହିଥିବା ଜଣାପଡ଼ିଛି ।