ପୁଲୱାମାର କାକାପୋରାରେ ସୁରକ୍ଷାବଳ ଉପରେ ଗ୍ରେନେଡ ଫିଙ୍ଗିଲେ ଆତଙ୍କବାଦୀ

ଜମ୍ମୁ-କଶ୍ମୀର: ଜମ୍ମୁ-କଶ୍ମୀରର ପୁଲୱାମାସ୍ଥିତ କାକାପୋରାରେ ଆତଙ୍କବାଦୀମାନେ ସୁରକ୍ଷାବଳକୁ ଟାର୍ଗେଟ କରି ଗ୍ରେନେଡ ଫିଙ୍ଗିଛନ୍ତି। ହେଲେ ବର୍ତ୍ତମାନ ସୁଦ୍ଧା କେହି ଆହତ ହୋଇଥିବା ନେଇ ସୂଚନା ମିଳିନାହିଁ।

ସୂଚନାଯୋଗ୍ୟ, ଜମ୍ମୁ-କଶ୍ମୀରରେ ଲଗାତାର ଭାବେ ଆତଙ୍କବାଦୀ ଆକ୍ରମଣ ବଢ଼ି ଚାଲିଥିବାବେଳେ ଅକ୍ଟୋବର ୧୭ରେ ବାନପୋହରେ ଆତଙ୍କବାଦୀମାନେ ୨ଜଣ ଶ୍ରମିକଙ୍କୁ ହତ୍ୟା କରିଥିଲେ। ଏହାପୂର୍ବରୁ ୟୁପିର ସହରାନପୁର ରହୁଥିବା ଜଣେ ଶ୍ରମିକଙ୍କୁ ଟାର୍ଗେଟ କରିଥିଲେ। ଆତଙ୍କବାଦୀମାନେ ଘାଟିର ବିଭିନ୍ନ ସ୍ଥାନରେ ୨ଜଣ ଶିକ୍ଷକ ଓ ଜଣେ ଔଷଧ ବିକ୍ରେତାଙ୍କ ସମେତ ୧୧ଜଣଙ୍କୁ ହତ୍ୟା କରିଥିଲେ। ଅନ୍ୟପଟେ ସୁରକ୍ଷାବଳ ୨ ସପ୍ତାହ ମଧ୍ୟରେ ୧୭ ଜଣ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି।