ନୂଆଦିଲ୍ଲୀ: ଭାରତୀୟ ଉଦ୍ୟୋଗପତି ଗୌତମ ଅଦାନୀ ବିଶ୍ୱର ଧନୀ ମାମଲାରେ ମାଇକ୍ରୋସଫ୍ଟ ସହସଂସ୍ଥାପକ ବିଲ ଗେଟସଙ୍କୁ ପଛରେ ପକାଇ ଦେଇଛନ୍ତି । ଫୋର୍ବସ ରିୟଲ ଟାଇମ ବିଲେନିୟର ଅନୁସାରେ, ଅଦାନୀ ବିଶ୍ୱର ୪ର୍ଥ ଧନୀ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ୬୦ ବର୍ଷୀୟ ବିଜନେସ ଟାଇକୁନ ଅଦାନୀଙ୍କ ନେଟୱର୍ଥ ଆଜି ୧୧୫.୫ ବିଲିୟନ ଡଲାର ହୋଇଯାଇଛି । ଫଳରେ ୧୦୪.୬ ବିଲିୟନ ଡଲାର ନେଟୱର୍ଥଯୁକ୍ତ ବିଲ ଗେଟ୍ସ ତାଲିକାରେ ତଳକୁ ଖସି ଯାଇଛନ୍ତି ।
ଅନ୍ୟପଟେ ଟେସଲା ଏବଂ ସ୍ପେସଏକ୍ସ ସଂସ୍ଥାପକ ଏଲନ ମସ୍କ ୨୩୫.୮ ବିଲିୟନ ଡଲାର ନେଟୱର୍ଥ ସହ ସୂଚିରେ ସବୁଠୁ ଶୀର୍ଷରେ ରହିଛନ୍ତି ।