ଖଣି ପୋଖରୀରେ ବୁଡ଼ି ଯୁବକ ମୃତ

ଖୋର୍ଦ୍ଧା,ଏନ୍ଏନ୍ଏସ୍: ଖୋର୍ଦ୍ଧା ସଦର ଥାନା ନିଜିଗଡ଼ ତାପଙ୍ଗସ୍ଥିତ ଖଣି ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଉକ୍ତ ଗ୍ରାମର ସନ୍ତୋଷ ଜେନା (୨୫)। ରବିବାର ଦିନ ପ୍ରାୟ ୨ଟାବେଳେ ସେ ଗ୍ରାମର ହାତିଆ ଖଣି ପୋଖରୀକୁ ଗାଧୋଇ ଯାଇଥିଲେ। ବିଳମ୍ବିତ ସମୟ ପର୍ଯ୍ୟନ୍ତ ନଫେରିବାରୁ ପରିବାର ଲୋକେ ଏଣେତେଣେ ଖୋଜାଖୋଜି କରିଥିଲେ। ଗୁରୁତର ଅବସ୍ଥାରେ ସନ୍ତୋଷକୁ ଉଦ୍ଧାର କରାଯାଇ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଏନେଇ ପୁଲିସ ଅପମୃତ୍ୟୁ ମାମଲା ରୁଜୁକରି ଶବ ବ୍ୟବଚ୍ଛେଦ ପରେ ପରିବାରଲୋକଙ୍କୁ ହସ୍ତାନ୍ତର କରିଥିବା ପ୍ରକାଶ କରିଛି।