ସୁନାରେ ତିଆରି ଗ୍ରହ

ବୈଜ୍ଞାନିକମାନେ ଦୁଇଟି ନ୍ୟୁଟ୍ରନ ତାରକା ମଧ୍ୟରେ ହୋଇଥିବା ସଂଘର୍ଷକୁ ଅବଲୋକନ କରିବାର ଦୁଇ ବର୍ଷ ପରେ ଏବେ ସେଥିରୁ ଭାରି ମାତ୍ରାରେ ସୁନା ଓ ପ୍ଲାଟିନମ୍ ବାହାରିଥିବା ଜାଣିପାରିଛନ୍ତି। ରୟାଲ ଆଷ୍ଟ୍ରୋନୋମିକଲ ସୋସାଇଟି ଏକ ବିଶ୍ଳେଷଣରେ ସୁନା ଓ ପ୍ଲାଟିନମର ଶତାଧିକ ଗ୍ରହର ଉତ୍ପତ୍ତି ବିଷୟରେ ବର୍ଣ୍ଣନା କରିଛି। ବୈଜ୍ଞାନିକମାନଙ୍କ ଅନୁସାରେ ୨୦୧୭ ମସିହାରେ ଯେଉଁ ସଂଘର୍ଷ ଦେଖାଦେଇଥିଲା, ୨୦୧୬ ମସିହାରେ ଏହି ପରି ଘଟିଥିବା ଘଟଣା ବିଷୟରେ ପୁନଃ ନଜର ପକାଇବାକୁ ବାଧ୍ୟ ହୋଇଛନ୍ତି। ତେଣୁ ସେଥିରୁ ଜଣାପଡ଼ିଛି ଏହି ଘଟଣାରେ ଦୁଇଟି ନ୍ୟୁଟ୍ରନ ତାରକାଙ୍କର ନିଜ ମଧ୍ୟରେ ସଂଘର୍ଷ ହୋଇଛି। ବଡ଼ ବଡ଼ ତାରାମାନଙ୍କର ବିସ୍ଫୋଟ ଓ ଖଣ୍ଡ ଖଣ୍ଡ ହୋଇଯିବା ଦ୍ୱାରା ସେହି ଅବଶେଷକୁ ନ୍ୟୁଟ୍ରନ ଷ୍ଟାର କୁହାଯାଏ। ଏହି ନ୍ୟୁଟ୍ରନ ଷ୍ଟାର ଯେତେବେଳେ ବ୍ଲାକହୋଲରେ ମିଳିଥାନ୍ତି ସେଥିରୁ ହାନିକାରିକ ବୁସ୍ତର ନିର୍ମାଣ ହୋଇଥାଏ। ତେଣୁ ୨୦୧୬ରେ ହୋଇଥିବା ସଂଘର୍ଷ ଓ ୨୦୧୭ରେ ହୋଇଥିବା ଘଟଣାରୁ ଭାରି ମାତ୍ରାରେ ସୁନା ଓ ପ୍ଲାଟିନମର ଉତ୍ପତ୍ତି ହୋଇଛି। ବୈଜ୍ଞାନିକମାନଙ୍କ ମତରେ ଏବେ ପୃଥିବୀ ଉପରେ ସୁନା ଓ ପ୍ଲାଟିନମ୍ ଥିବାର ସେମାନେ ବ୍ୟାଖ୍ୟା କରି ପାରିବେ। ତେଣୁ ସେମାନଙ୍କ ମତରେ ଏହି ବହୁମୂଲ୍ୟ ଧାତୁ ଲକ୍ଷାଧିକ ବର୍ଷ ପୂର୍ବରୁ ତିଆରି ହାନିକାରକ ବସ୍ତୁର ପରିଣାମ।