ଏମସିଏକ୍ସରେ କମିଲା ସୁନା ଓ ରୂପା ଦର

ନୂଆଦିଲ୍ଲୀ,ଏଜେନ୍ସି: ସୋମବାର ଦିନ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (ଏମସିଏକ୍ସ)ରେ ସୁନା ଓ ରୂପା ଦରରେ ହ୍ରାସ ଘଟିଛି। ସୁନା ଦରରେ ୦.୦୫ ପ୍ରତିଶତ ହ୍ରାସ ହୋଇଥିବା ବେଳେ ରୂପା ଦରରେ ୦.୩୯ ପ୍ରତିଶତ ହ୍ରାସ ଘଟିଛି। ଏଥିସହ ସୁନା ଦର ପ୍ରତି ୧୦ ଗ୍ରାମରେ ୪୯,୧୧୬ ଟଙ୍କାକୁ ଓ ରୂପା ଦର ପ୍ରତି କିଲୋରେ ୬୬,୯୦୦ ଟଙ୍କାକୁ ଖସି ଆସିଛି।

ଗତ କିଛି ସେସନରେ ସୁନା ଓ ରୂପାର ପ୍ରଫିଟ୍ ବୁକିଂ ଯୋଗୁଁ ସୁନା ଓ ରୂପା ଦର କମିଥିବା ବିଶେଷଜ୍ଞ ଟିମ୍ କହିଛନ୍ତି।