ବାଲିଗୁଡ଼ା,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ନେହୁରୁ ଛକରେ ଏକ ଜଘନ୍ୟ କାଣ୍ଡ ଘଟିିଛି । ମଙ୍ଗଳବାର ସକାଳ ୧୦ଟାରେ ନେହେରୁ ଛକରେ ଥିବା ମା’ ପାଟଖଣ୍ଡା ଜୁଏଲାରୀ ମାଲିକ ସୁବାଷ ଚନ୍ଦ୍ର ଆଚାରୀ ଦୋକାନ ଖୋଲିବା ସମୟରେ ୩ ଦୁର୍ବୁତ୍ତ ଏକ ବାଇକରେ ଆସି ତାଙ୍କ ହାତକୁ ମାରଣାସ୍ତ୍ର ଦ୍ୱାରା ହାଣିବା ସହ ଗୁଳି ଫୁଟାଇ ସୁନା ଲୁଟ କରିଥିଲେ । ନିକଟରେ ଥିବା କିଛି ଲୋକ ସୁବାସଙ୍କୁ ତୁରନ୍ତ ବାଲିଗୁଡ଼ା ମେଡିକାଲରେ ଭର୍ତ୍ତି କରାଇଛନ୍ତି । ଖବର ପାଇ ବାଲିଗୁଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଦୁର୍ବୁତ୍ତକୁ ଧରିବା ପାଇଁ ପିଛା କରିଥିବା ଜଣାପଡ଼ିଛି ।