ପୁଣି ବଢିଲା ସୁନା ଦର

ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ ଜାରିରହିଛି ବିବାହ ଋତୁ। ଇତିମଧ୍ୟରେ ୟୁକ୍ରେନ୍‌-ରୁଷ୍ ଯୁଦ୍ଧ ଓ ବିଶ୍ୱ ଇକ୍ୱିଟି ବଜାରରେ ହ୍ରାସ ଯୋଗୁଁ ସୁନା ଦରରେ ଅହେତୁକ ବୃଦ୍ଧି ଘଟିଛି। ସୁନା ଓ ରୁପା ଦରରେ କ୍ରମାଗତ ବୃଦ୍ଧି ସହିତ ସୁନା ପ୍ରତି ୧୦ ଗ୍ରାମ୍ ୫୦ ହଜାର ଟଙ୍କା ପାର୍ କରିଛି। ଅପରପକ୍ଷରେ ରୁପା ଦର ମଧ୍ୟ ୬୪,୫୬୨ ଟଙ୍କା ପ୍ରତି କିଲୋଗ୍ରାମ ପହଞ୍ଚିଛି।