ଗ୍ରାହକ ବେଶରେ ଆସି ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା

ଆଳି, ଏନ୍ଏନ୍ଏସ୍: ଆଳି ତହସିଲ ରୋଡ଼ରେ ଥିବା ଅନାଦି ସାହୁଙ୍କ ଅଳଙ୍କାର ଆଣ୍ଡ ୱାର୍କସପକୁ ଦୁଇଜଣ ଯୁବକ ଗ୍ରାହକ ବେଶରେ ଆସି ପ୍ରାୟ ୩ ଲକ୍ଷରୁ ଊର୍ଦ୍ଧ ଟଙ୍କାର ସୁନା ଲୁଟି ନେଇଛନ୍ତି। ଏହାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ସୂଚନା ଅନୁସାରେ, ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୫.୩୦ ସମୟରେ ଦୁଇଜଣ ଯୁବକ ଉକ୍ତ ସୁନା ଦୋକାନରେ ପହଞ୍ଚି କାନଫୁଲ ଦେଖାଇବାକୁ କହିଥିଲେ। ଏହାପରେ ସେମାନେ ୩୮୦୦ ଟଙ୍କା ଦେଇ ସୁନା ଲକେଟ କିଣିଥିଲେ। ଦୋକାନୀ ନିରଞ୍ଜନ ସେମାନଙ୍କୁ କାନଫୁଲ ଦେଖାଇଉଥିବା ସମୟରେ ସେମାନେ ତାଙ୍କୁ ଅନ୍ୟ ଅଳଙ୍କାର ବିଷୟରେ ପଚାରି ଥିଲେ । ଏହା ମଧ୍ୟରେ ସେମାନେ ଚତୁରତାର ସହ ଉକ୍ତ ସୁନାକୁ ଲୁଟ କରି ଜଣକ ପରେ ଜଣେ ଦୋକାନରୁ ଖସି ପଟାମୁଣ୍ଡାଇ ଆଡ଼କୁ ପଳାଇ ଯାଇଥିବା ନିରଞ୍ଜନ ଆଳି ଥାନାରେ ଅଭିଯୋଗ କରିଛନ୍ତି । ଆଳି ଥାନା ଏସଆଇ ସୌମ୍ୟରଞ୍ଜନ ପାଣିଗ୍ରାହୀ ଓ ପ୍ରଦୋଷ ପଟ୍ଟନାୟକ ଘଟଣା ସ୍ଥଳରେ ପହଞ୍ଚି ସିସି ଟିଭି ଫୁଟେଜ ଦେଖିବା ସହିତ ତଦନ୍ତ ଆରମ୍ଭ କରିଛନ୍ତି।