ପାଟନା: ପରିବାରବାଦ ରାଜନୀତି ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସର୍ବଦା ବିରୋଧୀଙ୍କୁ ଟାର୍ଗେଟ କରିଥାନ୍ତି। ଆଉ ଏହାର ଜବାବ ଏଥର ତାଙ୍କୁ ରାଷ୍ଟ୍ରୀୟ ଜନତା ଦଳର ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ମଧ୍ୟ ଲାଲୁ ପ୍ରସାଦ ଟାର୍ଗେଟ କରିଛନ୍ତି ।
ଲାଲୁ ପ୍ରସାଦ ଯାଦବ କହିଛନ୍ତି ଯେ, ଯଦି ପ୍ରଧାନମନ୍ତ୍ରୀ ମୋଦୀ ଓ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ପିଲା ନାହିଁ ତ ମୁଁ କ’ଣ କରିପାରିବି? ମୋଦୀଙ୍କର ପିଲା ନାହିଁ । ନୀତିଶଙ୍କ ପୁଅ ରାଜନୀତି କରିବାକୁ ଇଚ୍ଛୁକ ନୁହେଁ । ଈଶ୍ୱରଙ୍କୁ ପ୍ରାର୍ଥନା କରୁଛି ତାଙ୍କୁ ସନ୍ତାନପ୍ରାପ୍ତ ହେଉ ଯିଏ ତାଙ୍କ ରାଜନୈତିକ ସାମ୍ରାଜ୍ୟକୁ ଆଗକୁ ନେଉ ।