ସରୁଛି ରିମାଣ୍ଡ, ଆଜି କୋର୍ଟରେ ହାଜର ହେବ ଗୋବିନ୍ଦ

ବଲାଙ୍ଗିର,ଏନ୍ଏନ୍ଏସ୍: ମମିତା ମେହେର ହତ୍ୟା ମାମଲା। ଆଜି ସରୁଛି ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ୫ ଦିନିଆ ରିମାଣ୍ଡ ଅବଧି। ରିମାଣ୍ଡ ସରିବା ପରେ ଆଜି ତାକୁ ବଙ୍ଗୋମୁଣ୍ଡା ଜେଏମଏଫସି କୋର୍ଟରେ ହାଜର କରାଯିବ। ଗତକାଲି ବିଳମ୍ବିତ ରାତିରେ ଗୋବିନ୍ଦର ସ୍ୱାସ୍ଥ୍ୟ ପରୀକ୍ଷା କରାଇଛି ବଲାଙ୍ଗିର ପୁଲିସ। ସେ ଜଣେ ଡାଇବେଟିସ ରୋଗୀ ହୋଇଥିବାରୁ ତା’ର ନିୟମିତ ସ୍ୱାସ୍ଥ୍ୟ ଯାଞ୍ଚ କରାଯିବ।

ରିମାଣ୍ଡ ସମୟରେ ଗୋବିନ୍ଦକୁ ମହାଲିଙ୍ଗ ଷ୍ଟାଡିୟମକୁ ନେଇ ପୁଲିସ ସିନ୍ ରିକ୍ରିଏସନ କରିଥିଲା। କିପରି ନୃଶଂସ ଭାବେ ସେ ମମିତାଙ୍କୁ ହତ୍ୟା କରିଥିଲା, ୧୫ ମିନିଟ୍ ଧରି ତାହା ପୁଲିସ ଆଗରେ କହିଥିଲା ଗୋବିନ୍ଦ।