ବାଜିରାଉତ କପ ଜାତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ, ଫାଇନାଲ ମ୍ୟାଚରେ ମୁହାଁମୁହିଁ ହେବେ ଗୋଆ ଓ ରାଜସ୍ଥାନ

ଅନୁଗୋଳ,ଏନ୍ଏନ୍ଏସ୍: ଓଡ଼ିଶାରେ ଆରମ୍ଭ ହେଇଥିବା ବାଜି ରାଉତ କପ ଜାତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ରବିବାର ରହିଥିଲା ସେମିଫାଇନାଲ ମ୍ୟାଚ । ଦୁଇଟି ସେମିଫାଇନାଲ ମ୍ୟାଚରେ ୪ ଦଳ ମୁହାଁମୁହିଁ ହୋଇଥିଲେ । ଅନୁଗୋଳ କଦମ ପଡ଼ିଆରେ ଏହି ମ୍ୟାଚ ଖେଳାଯାଇଥିବାବେଳେ ପ୍ରଥମ ମ୍ୟାଚ ଚର୍ଚ୍ଚିଲ ବ୍ରଦର୍ଶ ଗୋଆ ଓ କଂକରେ ମୁମ୍ବାଇ ମଧ୍ୟରେ ହୋଇଥିଲା । ଏଥିରେ ଗୋଆ ବିଜୟୀ ହୋଇଥିଲା । ସେହିପରି ଦ୍ବିତୀୟ ମ୍ୟାଚ ହାଇଦ୍ରାବାଦ ଓ ରାଜସ୍ଥାନ ୟୁନାଇଟେଡ ମଧ୍ୟରେ ହୋଇଥିବାବେଳେ ଏଥିରେ ରାଜସ୍ଥାନ ବିଜୟୀ ହୋଇଥିଲା । ଫଳରେ ଉଭୟ ବିଜୟୀ ଦଳ ଆସନ୍ତା 8 ତାରିଖରେ ଫାଇନାଲ୍‌ ମ୍ୟାଚରେ ମୁହାଁମୁହିଁ ହେବେ ।

ବାଜିରାଉତ କପ ଜାତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ, ଫାଇନାଲ ମ୍ୟାଚରେ ମୁହାଁମୁହିଁ ହେବେ ଗୋଆ ଓ ରାଜସ୍ଥାନଆଜିର ଟୁର୍ଣ୍ଣାମେଣ୍ଟରେ ଦୁଇଟି ଯାକ ସେମିଫାଇନାଲ ମ୍ୟାଚ୍‌ ବେଶ ରୋମାଞ୍ଚକର ରହିଥିଲା । ପ୍ରଥମ ମ୍ୟାଚ ଚର୍ଚ୍ଚିଲ ବ୍ରଦର୍ଶ ଗୋଆ ଓ କଂକରେ ମୁମ୍ବାଇ ମଧ୍ୟରେ ହୋଇଥିଲା । ପ୍ରଥମେ ଗୋଆ ଗୋଟିଏ ଗୋଲ୍‌ ସ୍କୋର କରିଥିବା ବେଳେ ଦ୍ଵତୀୟାର୍ଦ୍ଧରେ ଦଳ ପକ୍ଷରୁ ଆଉ ୪ଟି ଗୋଲ୍‌ ସ୍କୋର କରାଯାଇଥିଲା । କିନ୍ତୁ ମୁମ୍ବାଇ ଦଳ ମାତ୍ର ଗୋଟିଏ ଗୋଲ ସ୍କୋର୍‌ କରିବାକୁ ସକ୍ଷମ ହୋଇଥିଲା । ଫଳରେ ଗୋଆ ୫-୧ ବ୍ୟବଧାନରେ ବିଜୟୀ ହୋଇ ଫାଇନାଲରେ ପହଞ୍ଚିଥିଲା ।

ସେହିପରି ଶ୍ରୀନିଧି ଡେକାନ ହାଇଦ୍ରାବାଦ ଓ ରାଜସ୍ଥାନ ୟୁନାଇଟେଡ଼ ମଧ୍ୟରେ ଦ୍ଵତୀୟ ସେମିଫାଇନାଲ ମ୍ୟାଚ୍‌ ଖେଳାଯାଇଥିଲା । ରାଜସ୍ଥାନ ଦଳ ୩-୦ ଗୋଲରେ ହାଇଦ୍ରାବାଦକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲା । ଆଜିର ଏହି ଦୁଇଟି ମ୍ୟାଚ୍‌ ଦେଖିବାକୁ ଅତିଥି ଭାବେ କ୍ରିକେଟର ଦେବାଶିଷ ମହାନ୍ତି, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ନାୟକ ଓ ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଯୋଗ ଦେଇଥିଲେ । ଆସନ୍ତା ୮ ତାରିଖ ତାଳଚେରରେ ଫାଇନାଲ୍‌ ମ୍ୟାଚ୍‌ ଖେଳାଯିବ । ଯେଉଁ ମ୍ୟାଚରେ ଦୁଇ କେନ୍ଦ୍ରମନ୍ତ୍ରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।