ନୂଆଦିଲ୍ଲୀ: ୨୦୦ କୋଟି ମନି ଲଣ୍ଡ୍ରିଂ ମାମଲାରେ ତିହାଡ଼ ଜେଲରେ ବନ୍ଦ ଥିବା ସୁକେଶ ଚନ୍ଦ୍ରଶେଖର ଏକ ବଡ଼ ଖୁଲାସା କରିଛନ୍ତି । ତିହାଡ଼ ଜେଲରେ ସୁରକ୍ଷା ଟଙ୍କା ରୂପେ ଆପ୍ ନେତା ସତ୍ୟେନ୍ଦ୍ର ଜୈନଙ୍କୁ ୧୦ କୋଟି ଟଙ୍କା ଦେଇଥିବା ନେଇ ଦିଲ୍ଲୀ ଉପରାଜ୍ୟପାଳଙ୍କୁ ସୁକେଶ ଚିଠି ଲେଖିଛନ୍ତି ।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଏନେଇ ପଚାରିବାରୁ ସେ କହିଛନ୍ତି ଯେ, ଏହି ଅଭିଯୋଗ ସମ୍ବନ୍ଧରେ ମୁଁ ଏବେ ପଢ଼ିଲି । ଗୁଜରାଟରେ ଏମିତି ଖରାପ ଅବସ୍ଥା ହେଉଛି କି ସେମାନଙ୍କୁ ସୁକେଶ ଚନ୍ଦ୍ରଶେଖରଙ୍କ ସାହଯ୍ୟ ନେବାକୁ ପଡ଼ୁଛି । ପରଦିନ ମୋରବୀ ଦୁର୍ଘଟଣା ଘଟିଥିଲା । ସେପଟୁ ସମସ୍ତଙ୍କୁ ଧ୍ୟାନ ହଟାଇବା ପାଇଁ ଏହି କାହାଣୀ ପ୍ରସ୍ତୁତ କରାଯାଇଛି । ଏବେ ସବୁ ଚ୍ୟାନେଲ ସୁକେଶ କଥା କହୁଛି ।