କ୍ୱାରେଣ୍ଟାଇନ ସେଣ୍ଟରରେ ଯୁବତୀଙ୍କୁ ସରପଞ୍ଚଙ୍କ ଦୁର୍ବ୍ୟବହାର ଅଭିଯୋଗ

ସୋନପୁର,ଏନ୍ଏନ୍ଏସ୍: ବିଭିନ୍ନ ସମୟରେ କ୍ୱାରେଣ୍ଟାଇନ ସେଣ୍ଟରେ ମହିଳାମାନଙ୍କୁ ଦୁର୍ବ୍ୟବହାର ହେଉଥିବା ଅଭିଯୋଗ ହୋଇଆସୁଛି। ଏହି ପରିପ୍ରେକ୍ଷୀରେ ଡୁଙ୍ଗୁରିପାଲି ବ୍ଲକ୍ ଅନ୍ଧାରିବାଞ୍ଜିର କ୍ୱାରେଣ୍ଟାଇନ ସେଣ୍ଟରେ ଜଣେ ୧୮ ବର୍ଷୀୟ ଯୁବତୀ ଏକୁଟିଆ ଥିଲେ। ଏହି ସମୟରେ ଅନ୍ଧାରିବାଞ୍ଜି ସରପଞ୍ଜ ବନମାଳି ସା ଉକ୍ତ ଯୁବତୀଙ୍କ ସହ ଦୁର୍ବ୍ୟବହାର କରିଥିବା ଜଣାପଡ଼ିଛି।

ତେବେ ଏ ନେଇ ଯୁବତୀ ଜଣଙ୍କ ଥାନାରେ ଅଭିଯୋଗ କରିଥିଲେ ହେଁ ପୁଲିସ ଅଧିକାରୀ ଯୁବତୀ ଜଣଙ୍କ କ୍ୱାରେଣ୍ଟାଇନରେ ଥିବାରୁ ମାମଲା କରିପାରିବେ ନାହିଁ ବୋଲି କହିଥିଲେ। ଏଥିସହ ଏ ସମ୍ପର୍କରେ ସରପଞ୍ଚଙ୍କୁ ପଚାରିବାରେ ତାଙ୍କ ସମ୍ମାନକୁ ହାନୀ ପହଞ୍ଚାଇବା ପାଇଁ ଏହି ଉଦ୍ୟମ ହୋଇଛି। ଏବଂ ଏହା ସମ୍ପୂର୍ଣ୍ଣ ମିଥ୍ୟା ବୋଲି ଦର୍ଶାଇଛନ୍ତି।