Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଫୁଟ୍‌ବଲ୍‌ ଟୁର୍ଣ୍ଣlମେଣ୍ଟରେ ଜମିଛି ଘୁଡଘୁଡ଼ିର ଆସର, ନିଦାବିଷ୍ଣୁ ପାଲଟିଛି ପୁଲିସ ପ୍ରଶାସନ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଫୁଟ୍‌ବଲ୍‌ ଟୁର୍ଣ୍ଣlମେଣ୍ଟରେ ଜମିଛି ଘୁଡଘୁଡ଼ିର ଆସର, ନିଦାବିଷ୍ଣୁ ପାଲଟିଛି ପୁଲିସ ପ୍ରଶାସନ

ସଇଁନ୍ତଲା,ଏନ୍‌ଏନ୍‌ଏସ୍‌: ଦିନକୁ ଦିନ ସଇଁନ୍ତଲା ଅଂଚଳରେ ମଦ, ଗଞ୍ଜେଇ, ସଟା ଖେଳ ବଢ଼ିବାରେ ଲାଗିଛି। ହେଲେ ପୁଲିସ ପ୍ରଶାସନ ନିଦା ବିଷ୍ଣୁ ସାଜି ଥିବା ଆଲୋଚନା ହେଉଛି। ଗାଁ ଗାଁରେ ଏବେ ମଦ ବିକ୍ରି ବଢ଼ିବାରେ ଲାଗିଛି ହେଲେ ଧରିବା ବଦଳେ ମଦ ବିକ୍ରି କରୁଥିବା ଲୋକଙ୍କୁ ପୁଲିସ ସହଯୋଗ କରୁଥିବା ଅଭିଯୋଗ ମଧ୍ୟ ହେଉଛି। ତେବେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଥାନା ଅନ୍ତର୍ଗତ କୁଇକେଡା ପଞ୍ଚାୟତ ପତ୍ରାପାଲି ଖେଲ ପଡିଆଠାରେ ଆଜି ଫୁଟବଲ ଟୁର୍ଣ୍ଣlମେଣ୍ଟ ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା କିନ୍ତୁ ବେଧଡକ ଭାବେ ଚାଲିଥିଲା ଘୁଡ ଘୁଡ଼ି ଖେଲ ର ଆସର। ଖେଳିବା ଲୋକଙ୍କ ଭିଡ଼ ମଧ୍ୟ ଦେଖା ଦେଇଥିଲା ଏବଂ ଯାହା ଦ୍ଵାରା ବହୁ ଯୁବକ ଆଗ୍ରହ ସହିତ ଘୁଡ଼ଘୁଡି ଖେଲ ଖେଲି ମାତାଲ ହୋଇଥିଲେ।

ହଜାର ହଜାର ଟଙ୍କା ମଧ୍ୟ ଦାଉରେ ଲଗାଇଥିଲେ ଶେଷରେ ନିରାଶ ହୋଇ ଘରକୁ ମଧ୍ୟ ଫେରିଥିଲେ। ଖେଲ ଆରମ୍ଭରୁ ତିନିଜଣ ବ୍ୟକ୍ତି ଖେଲ ପରିଚାଳନା କରୁଥିବା ବେଳେ ତାଙ୍କ ମଧ୍ୟରୁ ଜଣେ ପୁଲିସର ଭୟରେ ଅଧା ରାସ୍ତାରେ ପଇତରା ମାରୁଥିଲେ। ଖେଳ ପରିଚାଲନା କରୁଥିବା ବ୍ୟକ୍ତି ଜଣକ ଧରପଗଡ଼ ଗାଁର ଆନନ୍ଦ ଦାଣ୍ଡିଆ ବୋଲି ଜଣାପଡିଛି। ଖୁଲମ୍‌ଖୁଲା କାହା ସାହାଯ୍ୟରେ ଏଭଳି ବେଆଇନ କାର୍ଯ୍ୟ କରିବା ପାଇଁ ସାହାସ କରୁଛନ୍ତି ତାହାକୁ ନେଇ ଅନେକ ପ୍ରଶ୍ନ ଉଠିଛି। ଖେଳ ଖେଳିବାରେ ସହଯୋଗ କରୁଛି କିଏ ଓ ମାଷ୍ଟର ମାଇଣ୍ଡ ବ୍ୟକ୍ତି ଜଣକ କିଏ ବୋଲି ଅନେକ ସମାଲୋଚନା ହେଉଛି। ଏନେଇ ସଇଁନ୍ତଲା ପୁଲିସକୁ ଫୋନ ଯୋଗେ ଯୋଗାଯୋଗ କରିଥିବାରୁ ଫୋନ ଗ୍ରହଣ କରିନଥିବାରୁ ପ୍ରତିକ୍ରିୟା ମିଳିନଥିଲା।ତେବେ ପୁଲିସ ପ୍ରଶାସନ ତତ୍ପରତା ଦେଖାଇ ଚଢ଼ଉ କରିବା ପାଇଁ ସାଧାରଣରେ ଦାବି ହେଉଛି।