ଗାଜିପୁର ଲ୍ୟାଣ୍ଡଫିଲ ସାଇଟରେ ଲାଗିଲା ନିଆଁ

ନୂଆଦିଲ୍ଲୀ: ଦିଲ୍ଲୀରେ ଜାରି ରହିଥିବା ଭୀଷଣ ଗ୍ରୀଷ୍ମପ୍ରବାହ ମଧ୍ୟରେ ଗାଜୀପୁର ଲ୍ୟାଣ୍ଡଫିଲ ସାଇଟରେ ନିଆଁ ଲାଗିଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ଦମକଳ ବାହିନୀର ୧୪ଟି ଗାଡ଼ି ମହଜୁଦ ରହିଛି । ଏହାପୂର୍ବରୁ ମଧ୍ୟ ଗରମ ଦିନେ ନିଆଁ ଲାଗିବାର ଘଟଣା ସାମ୍ନାକୁ ଆସିଛି ।