ଅମ୍ବାନୀଙ୍କୁ ପଛରେ ପକାଇ ଅଦାନୀ ହେଲେ ଏସିଆର ସବୁଠୁ ଧନୀ ବ୍ୟକ୍ତି

ନୂଆଦିଲ୍ଲୀ: ଅଦାନୀ ସମୂହର ଚେୟାରମ୍ୟାନ୍ ଗୌତମ ଅଦାନୀ ରିଲାୟନ୍ସ ଇଣ୍ଡଷ୍ଟ୍ରୀଜର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇ ଏସିଆର ସବୁଠୁ ଧନୀ ବ୍ୟକ୍ତି ହୋଇଛନ୍ତି। ରିପୋର୍ଟସ୍ ମୁତାବକ, ଆଜି ସେୟାର ବଜାରରେ ଅଦାନୀ ସମୂହର ଷ୍ଟୋକ୍ସ ବଢ଼ିଥିବାବେଳେ ରିଲାୟନ୍ସ ଇଣ୍ଡଷ୍ଟ୍ରୀଜର ଷ୍ଟୋକ୍ସ ଖସିବାରୁ ଅଦାନୀ ନମ୍ବର ୧ ହୋଇପାରିଛନ୍ତି।

ସୂଚନାଯୋଗ୍ୟ, ସାଉଦି ଆରାମକୋ ଚୁକ୍ତି ଶେଷ ହେବା ପରେ ଲଗାତାର ତୃତୀୟ ଦିନରେ ରିଲାୟନ୍ସର ସେୟାର କମିଛି। ରିଲାୟନ୍ସ ଇଣ୍ଡୋଷ୍ଟ୍ରୀଜର ସେୟାର ୧.୪୪ ପ୍ରତିଶତ ଖସିବା ଫଳରେ ୨୩୫୧.୪୦ ଟଙ୍କାରେ ବନ୍ଦ ହୋଇଛି।