ଗ୍ୟାସ୍‌ ଏଜେନ୍ସି ଶ୍ରମିକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

କଳାହାଣ୍ଡି,ଏନ୍ଏନ୍ଏସ୍: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଠାରେ ଏକ ଗ୍ୟାସ୍‌ଏଜେନ୍ସି ଶ୍ରମିକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରାଯାଇଛି। ଏ ନେଇ ଉତ୍ତେଜନା ଦେଖାଦେଇଛି। ଏ ନେଇ ମୃତକଙ୍କ ବଡ଼ଭାଇ ତାଙ୍କୁ ହତ୍ୟା କରାଇଥିବା ଅଭିଯୋଗ କରିବା ସହିତ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି।

କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ନଂ- ୨୬ ହାତୀନଦୀ ପୋଲ ଉପରେ ଶବ ରଖି ରାସ୍ତା ଅବରୋଧ କରିଛନ୍ତି। ଏଥିରେ ଗାଡ଼ି ଚଳାଚଳ ପ୍ରଭାବିତ ହେବା ସହିତ ଭବାନୀପାଟଣା ଓ ଜୟପୁରରେ ଶତାଧିକ ଗାଡ଼ି ଅଟକି ରହିଛି। ମୃତକ  ଜଣଙ୍କ ହେଉଛନ୍ତି ଭୁବନେ ବୋଡ଼କିଆ। ସେ ଜୁନାଗଡ଼ର ଏକ ଗ୍ୟାସ୍‌ ଏଜେନ୍ସିରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ତେବେ ମଙ୍ଗଳବାର ଏଜେନ୍ସିର ପଛପାଖରେ ଥିବା ଏକ ଗଛରୁ ତାଙ୍କ ଝୁଲନ୍ତା ଶବ ଉଦ୍ଧାର କରାଯାଇଥିଲା