ଦେବଗଡ଼,ଏନ୍ଏନ୍ଏସ୍: ବାରକୋଟ ଥାନା ଅନ୍ତର୍ଗତ ସିଂଶାଳ ଗ୍ରାମ ନିକଟରେ ଏକ ଦୁର୍ଘଟଣାଗ୍ରସ୍ତ ବୋଲେରୋରୁ ଗଞ୍ଜେଇ ଭର୍ତ୍ତି ଥିବା ପ୍ୟାକେଟ ଜବତ କରାଯାଇଛି । କିନ୍ତୁ ଦୁର୍ଘଟଣା ପରେ ଗାଡ଼ିରେ ଥିବା ବ୍ୟକ୍ତିମାନେ ଫେରାର ହୋଇଯାଇଥିବା ଜଣାପଡ଼ିଛି । ମିଳିଥିବା ରିପୋର୍ଟ ମୁତାବକ, ବୋଲେରୋଟି ବାହାଡ଼ାପୋଷି ପଟୁ ରାଉରକେଲା ଅଭିମୁଖେ ଯାଉଥିବାବେଳେ ସକାଳେ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି । ଏନେଇ ଖବର ପାଇ ବାରକୋଟ ଥାନା ପୁଲିସ ଘଟଣାସ୍ଥଳରେ ପହଁଚି ଚାଲାଣ ହେଉଥିବା ବେଆଇନ ଗଞ୍ଜେଇ ଓ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଗାଡ଼ିରେ ଥିବା ଜବତ ଗଞ୍ଜେଇର ଓଜନ ମୂଲ୍ୟାୟନ ପରେ ଜଣାପଡ଼ିବ ବୋଲି ପୁଲିସ ପ୍ରକାଶ କରିିଛି ।